fbpx

ଓଡ଼ିଶାରେ ରହିବନି ଲଘୁଚାପ ପ୍ରଭାବ, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

Advertisement

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରେସମିଟ୍ କରିଛନ୍ତି । ଏଥିରେ ସେ ସୂଚନା ଦେଇଛନ୍ତି ଯେ, ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବ ନାହିଁ । କିନ୍ତୁ ୨୩ ତାରିଖରୁ ମତ୍ସଜୀବୀମାନଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମନାକରାଯାଇଛି । ୨୪ ତାରିଖରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଏହା ବ୍ୟତୀତ ଦକ୍ଷିଣ, ଉତ୍ତର ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ । ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଲର୍ଟ ଜାରି କରାଯାଇଛି । ୪୮ ଘଣ୍ଟା ପର୍ଯ୍ୟନ୍ତ ତାତି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଟପିବ ।

Get real time updates directly on you device, subscribe now.