fbpx

କାଲିଠାରୁ ରାଜ୍ୟରେ କମିବ ମଦ ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର,୯ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ମଦ ପିଇଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ ଦୋକନରେ ବିକ୍ରି ହେଉଥିବା ମଦ ଉପରେ ଟ୍ୟାକ୍ସକୁ ନେଇ ବି ଭାଙ୍ଗିପଡିଥିଲେ ମଦୁଆ । କିନ୍ତୁ ଏବେ ସେମାନଙ୍କ ପାଇଁ ଆସିଚି ଏକ ଖୁସି ଖବର । ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦର ୩୫% କମିବାକୁ ଯାଉଛି ।

ସ୍ୱତନ୍ତ୍ର କୋଭିଡ ଫିକୁ ୫୦%ରୁ ୧୫%କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏବେ ସୁଦ୍ଧା ୨୦୦ କୋଟି ଟଙ୍କାର କୋଭିଡ୍‌ ଫି ଆୟ କରିଛନ୍ତି ସରକାର ।

Get real time updates directly on you device, subscribe now.