fbpx

୨୨ ବର୍ଷୀୟ ଯୁବତୀଙ୍କ ପାଇଁ ବରଦାନ ସାଜିଲା AI: ଆତ୍ମହତ୍ୟା କରିବାରୁ ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ମେଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାରଣରୁ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର  ମୋହନଲାଲଗଞ୍ଜର ନିଗୋ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଜୀବନ ରକ୍ଷା ବଞ୍ଚିଯାଇଛି । ମେଟା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଯୁବତୀ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଡିଜିପି ହେଡ କ୍ୱାର୍ଟରକୁ ଯାଇଥିଲା ଏବଂ ସ୍ଥାନୀୟ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାକୁ ମାତ୍ର ୪ ମିନିଟ ସମୟ ଲାଗିଥିଲା ଏବଂ ପୋଲିସ ଯୁବତୀଙ୍କ ଜୀବନ ରକ୍ଷା କରିଥିଲା  ।

 

ଏହା ପରେ ପୋଲିସ ଟିମ୍ ଯୁବତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲା ।

ତେବେ ଅଗଷ୍ଟ ୩୧ ରେ ରାତି ୧୨:୧୧ ସମୟରେ ଲଖନଉର ମୋହନଲାଲଗଞ୍ଜର ନିଗୋହା ପୋଲିସ ଷ୍ଟେସନର ଜଣେ ୨୨ ବର୍ଷର ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ  । ଏହି ସମୟ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ମେଟା ତୁରନ୍ତ ଡିଜିପି ମୁଖ୍ୟାଳୟକୁ ସୂଚନା ଦେଇଥିଲେ, ଯେଉଁଠାରୁ ସଂପୃକ୍ତ ସର୍କଲ ମାଧ୍ୟମରେ ସୂଚନା ସମ୍ପୃକ୍ତ ପୋଲିସ ଷ୍ଟେସନରେ ପହଞ୍ଚିଥିଲା ଏବଂ ପୋଲିସ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଯୁବତୀଙ୍କ ଘରେ ପହଞ୍ଚିଥିଲା । ୧୨:୧୧ ରେ ଯୁବତୀ ଭିଡିଓ ଅପଲୋଡ୍ କରିଥିଲେ ଏବଂ ୧୨:୧୫ ରେ ମାତ୍ର ୪ ମିନିଟ ମଧ୍ୟରେ ପୋଲିସ ଯୁବତୀଙ୍କ ଘରେ ପହଞ୍ଚିଥିଲା  । ପୋଲିସ ଯୁବତୀଙ୍କ ଘରେ ପହଂଚି ତାଙ୍କୁ ତଳକୁ ଓହ୍ଲାଇଥିଲେ ଓ ପରେ କାଉନସଲିଂ କେରିଥିଲା ।

 

ମୋହନଲାଲଗଞ୍ଜ ଏସିପି ରଜନୀଶ ବର୍ମା କହିଛନ୍ତି ଯେ, ମେଟା ଏଆଇ ଡିଜିପି ମୁଖ୍ୟାଳୟକୁ ସୂଚନା ଦେଇଥିଲା । ଯାହା ପରେ ସୂଚନା ସେହି ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ପୋଲିସ ମାତ୍ର ୪ ମିନିଟ୍ ଭିତରେ ଯୁବତୀଙ୍କ ଘରେ ପହଞ୍ଚିଥିଲା ।  ସ୍ୱାଭାବିକ ହେବା ପରେ ଯୁବତୀ ବାର୍ତ୍ତାଳାପରେ କହିଥିଲେ ଯେ କିଛି ସମୟ ପୂର୍ବରୁ ତାଙ୍କର ପ୍ରେମ ବିବାହ ହୋଇଥିଲା କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସହ ସେ ବିବାହ କରିଥିଲେ, ସେ କିଛି ମାସ ପରେ ଯୁବତୀଙ୍କୁ ରଖିବାକୁ ମନା କରିଦେଇଥିଲେ । ଏହା ପରେ ଯୁବତୀ ଡିପ୍ରେସନରେ ଥିଲେ  । ଏହି ମାମଲାରେ ଯୁବତୀ ନିଜ ସ୍ୱାମୀଙ୍କ ବିରୋଧରେ ଆତ୍ମହତ୍ୟ କରିବାକୁ ଉସକାଉଥିବାର ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.