ପାଗଳ କଲା ପ୍ରେମିକା ପ୍ରେମ, ସ୍ତ୍ରୀ ହେଲା କଣ୍ଟା, ଦ୍ୱିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଷ ଦେଇଦେଲା ସ୍ୱାମୀ
ପୀଡ଼ତା ମହିଳାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ଉତ୍ତରପ୍ରଦେଶ: ସ୍ୱାମୀର ଦ୍ୱିତୀୟ ବିବାହ ସଉକ। ସଉକ ଏତେ ମାତ୍ରାରେ ବଢ଼ି ଯାଇଥିଲା କି ଦ୍ୱିତୀୟ ସ୍ତ୍ରୀକୁ ବିଷ ଦେଇ ମାରିବାକୁ ପଛଘୁଂଚା ଦେଲାନି ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସ୍ୱାମୀ ସାଜିଲା ସ୍ତ୍ରୀର ହତ୍ୟାକାରୀ। ଦ୍ୱିତୀୟ ବିବାହା ପାଇଁ ସ୍ତ୍ରୀକୁ ବିଷ ଦେଇ ମାରିଦେଲା ସ୍ୱାମୀ।
ଅଭିଯୁକ୍ତ ସ୍ୱାମୀ ପ୍ରଥମେ ଦ୍ୱିତୀୟ ବିବାହ କରିଥିଲା। ପରେ ପ୍ରଥମ ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ବିଷ ଦେଇଥିଲା ଅଭିଯୁକ୍ତ।
ପୀଡ଼ତା ମହିଳାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। କହିଛନ୍ତି ଯେତେବେଳେ ସେ ଝିଅକୁ ବଞ୍ଚାଇବାକୁ ଝିଅର ଶଶୁର ଘର ଯାଇଥିଲେ ଶଶୁର ଘର ଲୋକ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।
ଏହି ମାମଲା ଉତ୍ତର ପ୍ରଦେଶର ଆସିଆନା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଯେଉଁଠାରେ ପବନପୁରୀ ଅଞ୍ଚଳର ବାସିନ୍ଦା ସୌରଭ ସିଂହଙ୍କ ବିବାହ ନିଗୋହାନର ଉତ୍ତରାବନ ନିବାସୀ ଅତିବଲ ସିଂହଙ୍କ ଝିଅ ମଞ୍ଜୁଲ ସିଂହଙ୍କ ସହିତ ହୋଇଥିଲା।
ଉଭୟଙ୍କ ବିବାହ ୨୦୨୨ ମସିହାରେ ହୋଇଥିଲା। ବାପା ତାଙ୍କ ସ୍ଥିତିଠାରୁ ଝିଅକୁ ଅଧିକ ଯୌତୁକ ଦେଇଥିଲେ, କିନ୍ତୁ ମଞ୍ଜୁଲଙ୍କ ଶଶୁର ଘର ଲୋକେ ସେହି ଯୌତୁକରେ ଖୁସି ନଥିଲେ। ବିବାହ ପରଠାରୁ ସେ ଝିଅକୁ ଯୌତୁକ ପାଇଁ ହଇରାଣ କରୁଥିଲେ।
ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ଜ୍ୱାଇଁ ସୌରଭ ତାଙ୍କ ଝିଅକୁ ବିବାହ କରିବାର ମାତ୍ର ଗୋଟିଏ ବର୍ଷ ପରେ ଦ୍ୱିତୀୟ ବିବାହ କରିଛନ୍ତି।
ସୌରଭ ୨୦୨୩ ମସିହାରେ ଆର୍ଯ୍ୟ ସମାଜ ମନ୍ଦିରରେ ପ୍ରିୟଙ୍କା ଜୟସୱାଲ ନାମକ ଜଣେ ଝିଅକୁ ବିବାହ କରିଥିଲେ। ଏହା ପରେ ସେ ମଞ୍ଜୁଲଙ୍କୁ ରାସ୍ତାରୁ ହଟାଇବାକୁ ପାଇଁ ଷଡ଼ଯନ୍ତ୍ର କରିଥିଲେ। ୨୫ ଜୁଲାଇରେ ତାଙ୍କୁ ବିଷ ଦେଇ ଦେଇଥିଲେ। ଏହା ପରେ ଝିଅର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା।
ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ମାତ୍ରେ ଏବଂ ତାଙ୍କୁ ହସ୍ପିଟାଲ ନେବାକୁ ତାଙ୍କ ଶଶୁର ଘରକୁ ଯାଇଥିଲେ। ଝିଅର ଶଶୁର ଘର ଲୋକେ ତାଙ୍କୁ ମାଡ଼ ମାରିଥିଲେ।
ଏହି କାରଣରୁ ସେ ନିଜେ ଆହତ ହୋଇଥିଲେ, କିନ୍ତୁ ଆହତ ଅବସ୍ଥାରେ ସେ ମଞ୍ଜୁଲଙ୍କୁ ଲୋକବନ୍ଧୁ ହସ୍ପିଟାଲକୁ ନେଇଯାଇଥିଲେ। ମଞ୍ଜୁଲଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ବାପାଙ୍କ ଅଭିଯୋଗ ପରେ, ମଞ୍ଜୁଲଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।