ଦୁଷ୍କର୍ମ କରି ହିନ୍ଦୁରୁ ଇସଲାମ ହେବାକୁ କରାଗଲା ବାଧ୍ୟ, ନହେଲେ ଭିଡ଼ିଓ ଭାଇରାଲ ପାଇଁ ଦିଆଗଲା ଧମକ

ହିନ୍ଦୁରୁ ଇସଲାମ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ

ଉତ୍ତରପ୍ରଦେଶ: ବଳାତ୍କାର, ବ୍ଲାକମେଲ୍ ଏବଂ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ! ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପ୍ରସିଦ୍ଧ ଲୁଲୁ ମଲରେ।

ସେଠାର ଜଣେ ପରିଚାଳକଙ୍କୁ ମଙ୍ଗଳବାର ଦିନ ସୁଶାନ୍ତ ଗଲ୍ଫ ସିଟି ପୋଲିସ ବଳାତ୍କାର, ଆକ୍ରମଣ ଏବଂ ବ୍ଲାକମେଲ୍ ଭଳି ଗମ୍ଭୀର ଅଭିଯୋଗରେ ଗିରଫ କରିଛି।

ମହିଳାଙ୍କ ଅଭିଯୋଗ କ୍ରମେ ମଲର ମ୍ୟାନେଜର ଫରହାଜ ତାଙ୍କୁ ନିଶା ଔଷଧ ଦେଇ ଏକ ହୋଟେଲକୁ ନେଇଯାଇଥିଲେ ଯେଉଁଠାରେ ସେ ତାଙ୍କୁ ଦୁଷ୍କର୍ମ କରି ଗୁପ୍ତ ଭାବରେ ଭିଡିଓ ରେକର୍ଡ କରିଥିଲେ। ପରେ, ସେ ହିନ୍ଦୁ ଧର୍ମରୁ ଇସଲାମ ଧର୍ମକୁ ଧର୍ମାନ୍ତରିତ କରିବା ପାଇଁ ଚାପ ପକାଇ ତାଙ୍କୁ ସେହି ଭିଡ଼ିଓ ମାଧ୍ୟମରେ ବ୍ଲାକମେଲ୍ କରିଥିଲେ।

ଯଦି ସେ ତାଙ୍କ ଦାବିରେ ରାଜି ନ ହୁଅନ୍ତି ତେବେ ସେ ଭିଡିଓଟିକୁ ଅନଲାଇନରେ କରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଫରହାଜ ତାଙ୍କୁ ତାଙ୍କ ଘରକୁ ଡାକି ବଳାତ୍କାର କରିଥିଲେ ଏବଂ ସିଗାରେଟ୍ ଚେଙ୍କ ଦେଇଥିଲେ।

ଏହି ଘଟଣା ପରେ ଡିସିପି ଦକ୍ଷିଣ ନିପୁଣ ଅଗ୍ରୱାଲ କହିଛନ୍ତି ଯେ, ପୀଡିତାଙ୍କ ଦ୍ୱାରା ମିଳିଥିବା ତଥ୍ୟ ଏବଂ ପ୍ରମାଣ ଆଧାରରେ, ପୋଲିସ ତାଙ୍କୁ ଗିରଫ କରିଛି।