fbpx

୧୫ ଦିନ ପରେ ଚନ୍ଦ୍ରଗ୍ରହଣ: ଭାରତରେ ପଡ଼ିବ କି ଏହାର ପ୍ରଭାବ? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିସାରିଛି । ୩୦ ଏପ୍ରିଲରେ ସୂର୍ଯ୍ୟପରାଗ ପରେ ଏବେ ୧୬ ମେ’ରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ । ଏବର୍ଷ ମୋଟ ୪ଟି ଗ୍ରହଣ ଲାଗିବ, ଯେଉଁଥିରେ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ରହିଛି । ଏଥିରୁ ଗୋଟିଏ ସୂର୍ଯ୍ୟପରାଗ ଲାଗିସାରିଛି, ଯାହାକି ଆଂଶିକ ସୂର୍ଯ୍ୟପରାଗ । କିନ୍ତୁ ୧୦ ମେ’ରେ ଲାଗିବାକୁ ଥିବା ଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ କିଛି ରାଶିର ଲୋକଙ୍କ ଉପରେ ପ୍ରଭାବ ପକାଇବ ।

ନିକଟରେ ଲାଗିଥିବା ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହୋଇନଥିବାରୁ ଏହାର ସୂତାକ ଅବଧି ପାଳନ କରାଯାଇନଥିଲା । ସେହିଭଳି ଆସୁଥିବା ଚନ୍ଦ୍ରଗ୍ରହଣର ସୂତାକ ଅବଧି ମଧ୍ୟ ମାନ୍ୟ ନୁହେଁ, କାରଣ ଏହା ଭାରତରେ ଦୃଶ୍ୟମାନ ହେବନି । ଆସୁଥିବା ସମୁଦାୟ ଚନ୍ଦ୍ରଗ୍ରହଣର ସୂତାକ ଅବଧି ମଧ୍ୟ ବ ଙ୍ଖବକ୍ଷସୟ ଧ ହେବ ନାହିଁ, କାରଣ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ।

ଚନ୍ଦ୍ରଗ୍ରହଣ ମେ’ ୧୬ ତାରିଖ ସକାଳ ୭ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଜାରି ରହିବ । ଏହି ଚନ୍ଦ୍ରଗ୍ରହଣ ବୃଷ ରାଶିରେ ଲାଗିବ, କିନ୍ତୁ ଏହା ସମସ୍ତ ରାଶିର ଚିହ୍ନ ଉପରେ ପ୍ରଭାବ ପକାଇବ । ଏହି ଚନ୍ଦ୍ରଗ୍ରହଣ ପରେ ଜଣେ ସ୍ନାନ ଓ ଦାନ ଅବଶ୍ୟ କରନ୍ତୁ, ଯାହାଦ୍ୱାରା ଚନ୍ଦ୍ରଗ୍ରହଣର ନକାରାତ୍ମକ ପ୍ରଭାବକୁ ଏଡାଯାଇପାରିବ ।

ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ ।

ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ୨୦୨୨ ରେ ହେବ । ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୦୫:୨୮ ରୁ ଆରମ୍ଭ ହୋଇ ରାତି ୭:୨୬ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ରଗ୍ରହଣ ଭାରତର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.