ନୂଆଦିଲ୍ଲୀ : “ଚେନାଇ ଏକ୍ସପ୍ରେସ”ରେ ଶାହାରୁଖ ଖାନଙ୍କ ‘ଲୁଙ୍ଗି ଡ୍ୟାନ୍ସ’ ଓ “କିସିକା ଭାଇ କିସିକା ଜାନ”ରେ ସଲମାନ ଖାନଙ୍କ ‘ୟନତମା’ ଡ୍ୟାନ୍ସରେ ଲୁଙ୍ଗି ପିନ୍ଧା ଡ୍ରାନ୍ସ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଦେଖିବାକୁ ଗଲେ ସାଉଥରେ ସବୁ ଷ୍ଟାରମାନେ ଲୁଙ୍ଗି ଡ୍ୟାନ୍ସ କରି ସାରିଛନ୍ତି । ଏବେ ଭୋଜପୁରୀ ସୁପରଷ୍ଟାର ରିତେସ ପାଣ୍ଡେ ‘ଲୁଙ୍ଗି ମେ ଭୋଜପୁରୀ ଡ୍ୟାନ୍ସ’ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଏବେ ପର୍ଯ୍ୟନ୍ତ ଏକ ଲକ୍ଷ ଲୋକ ଦେଖି ସାରିଛନ୍ତ ଏବଂ ସମସ୍ତେ ଏହି ଗୀତକୁ ଖୁବ ପସନ୍ଦ କରୁଛନ୍ତି । ଏହି ଗୀତରେ ରିତେଶ ପୁଣି ଥରେ ତାଙ୍କ ସ୍ୱଗରେ ନଜରକୁ ଆସିଛନ୍ତି । ତାଙ୍କ ଆକ୍ଟିଙ୍ଗ ସହିତ ଲୁଙ୍ଗିରେ ତାଙ୍କ ଠୁମକା ଲୋକଙ୍କୁ ପସନ୍ଦ ଆସିଛି ।
ଯାହା ଫଳରେ ଏହାକୁ ଲୋକମାନେ ବହୁତ ଦେଖୁଛନ୍ତି । ୭ ଲକ୍ଷ ୪୦ ହଜାର ଲୋକ ଏବେ ପର୍ଯ୍ୟନ୍ତ ଦେଖି ସାରିଛନ୍ତି । ଇସ୍ତାରା ଭୋଜପୁରୀ ମ୍ୟୁଜିକ ଦ୍ୱାରା ରିଲିଜ ହୋଇଥିବା ଏହି ଗୀତରେ ରିତେଶ ପାଣ୍ଡେଙ୍କ ସହିତ ଗରିମା ଓଝା ଡ୍ୟାନ୍ସ କରୁଛନ୍ତି । ତେବେ “ଲୁଙ୍ଗିରେ ଭୋଜପୁରୀ ଡ୍ରାନ୍ସ” ଗୀତର ଲେଖକ ହେଉଛନ୍ତି ମନୋଜ ମତଲବି, ସଙ୍ଗୀତକାର ଗୋବିନ୍ଦ ଓଝା, ଏହି ଗୀତରେ ସ୍ୱର ଦେଇଛନ୍ତି ରିତେଶ ପାଣ୍ଡେ ଏବଂ ପ୍ରିୟଙ୍କା ସିଂ । ଏହାକୁ କୋରିଓଗ୍ରାଫି କରିଛନ୍ତି ବିକାଶ ଜିଶନ ଏବଂ ଲେଟ ବବି ଜ୍ୟାକସନ ।