fbpx

‘ମା’ତୁଝେସଲାମ୍’:ସହିଦ ପରିବାରଙ୍କୁ ସମ୍ମାନ ଜଣାଇଲା ଓଡ଼ିଶାଭାସ୍କର

ଭୁବନେଶ୍ୱର: ଆମର ପ୍ରିୟଜନ୍ମଭୂମି ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂରି ଯାଇଛି । ଏହି ଅବସରରେ ସାରା ଦେଶରେ ପାଳିତ ହେଉଛି ‘ଆଜାଦୀ କା ଅମୃତମହୋତ୍ସବ’ । ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ହୋଇଛି ଉତ୍ସବମୁଖର, ଘରେ ଘରେ ଉଡ଼ୁଛି ତ୍ରିରଙ୍ଗା ପତାକା । ପ୍ରାୟ ଦୁଇଶହବର୍ଷର ବ୍ରିଟିଶ୍ ଶାସନକୁ ହଟାଇ ପରାଧୀନତାର ବନ୍ଧନରୁ ମୁକ୍ତହେବା ପାଇଁ ଭାରତୀୟ ଜନତା ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚଳାଇଥିଲେ,ତାହା ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବିଜୟର ମୁକୁଟ ପିନ୍ଧିଥିଲା ।

ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଦେଶବ୍ୟାପୀଚାଲିଥିବା ଅହିଂସା ସତ୍ୟାଗ୍ରହ ଆନ୍ଦୋଳନ ଆଗରେ ପ୍ରବଳ ପ୍ରରାକ୍ରମୀ ବ୍ରିଟିଶରାଜଶକ୍ତି ମୁଣ୍ଡ ନୁଆଇଁ ଥିଲା । ନେତାଜୀସୁବାଷଚନ୍ଦ୍ରବୋଷଙ୍କ ନେତୃତ୍ୱରେ ପରିଚାଳିତ ଆଜାଦ୍ ହୀନ୍ଦ ଫୌଜର ସଶସ୍ତ୍ରସଂଗ୍ରାମ ମଧ୍ୟ ବ୍ରିଟିଶ୍ ଶାସନକୁ ଥରହରକରି ଦେଇଥିଲ।। ସ୍ୱାଧୀନତାସଂଗ୍ରାମରେ ପ୍ରାଣବଳୀ ଦେଇଥିଲା ଅଗଣିତ ଦେଶପ୍ରେମୀ,ଯୋଦ୍ଧା, ଅସୀମ ଦୁଃଖ ନିର୍ଯାତନା ସହ୍ୟ କରି କରାବରଣ କରିଥିବା ସଂଗ୍ରାମୀ, ଜୀବନରସୁଖସ୍ୱପ୍ନକୁ ଜଳାଞ୍ଜଳି ଦେଇ ଆନ୍ଦୋଳନରେ ଝାସ ଦେଇଥିବାଛାତ୍ର,ଯୁବକ, ନାଗରିକସମସ୍ତେ ଆମର ନମସ୍ୟ । କଷ୍ଟଲବ୍ଧ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିଉତ୍ସବ ପାଳନ କଲାବେଳେସ୍ମରଣକୁ ଆସନ୍ତିସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ୍, ଲାଲାଲଜପତରାୟ, ସରୋଜିନୀ ନାଇଡ଼ୁ, ଗୋପାଳକୃଷ୍ଣ ଗୋଖଲେ, ବି.ଆର.ଆମ୍ବେଦକରଙ୍କ ଭଳିମୁକ୍ତିସଂଗ୍ରାମର ଆଗଧାଡ଼ିରେ ଯୋଦ୍ଧା ।

ସେହିପରି ‘ସ୍ୱାଧୀନତାମୋରଜନ୍ମଗତ ଅଧିକାର’ – ଏହିମହାମନ୍ତ୍ର ଶୁଣାଇଥିବା ବାଲଗଙ୍ଗାଧର ତିଲକ ମଧ୍ୟ ଆମ ନିକଟରେସ୍ମରଣୀୟ । ସ୍ୱାଧୀନତା ପ୍ରାପ୍ତି ପରେ ଭାରତ ବିଭିନ୍ନକ୍ଷେତ୍ରରେ ଅନେକ ପ୍ରଗତିହାସଲ କରିଥିଲେ ହେଁ ଦେଶରୁ ଏ ପର୍ଯ୍ୟନ୍ତ ଦାରିତ୍ର୍ୟ, କ୍ଷୁଧା, ବେକାରୀସମ୍ପୂର୍ଣ୍ଣ ଦୂରହୋଇ ନାହିଁ । ବହୁସଂଖ୍ୟକଜନତା ଏବେବି ଦ୍ରାରିଦ୍ୟର ସୀମାରେଖାତଳେରହି ଅଭାବ ଅନଟନ ଭିତରେଜୀବନ କାଟୁଛନ୍ତି । ଆମର ଚାରିପଟେଘେରି ଥିବା ପଡ଼ୋଶୀ ଦେଶଗୁଡ଼ିକ ଆଡ଼ୁଭାରତର ଅଖଣ୍ଡତା ଓ ନିରାପତ୍ତା ପ୍ରତିବିପଦ ଦେଖାଦେଇଛି । ବିଚ୍ଛିନ୍ନତାବାଦ, ସାଂପ୍ରଦାୟିକତାବାଦ ଓ ବିଭାଜନକାରୀଶକ୍ତି କଷ୍ଟଲବ୍ଧ ସ୍ୱାଧୀନତାକୁବିପନ୍ନ କରିବା ପାଇଁ ପ୍ରତିମୁହୂର୍ତ୍ତରେ ଉଦ୍ୟମରତ । ଏଭଳି ପୃଷ୍ଠଭୂମିରେସୀମାନ୍ତରେଜାଗ୍ରତ ପ୍ରହରୀସାଜି ଦେଶକୁସୁରକ୍ଷା ଦେଉଥିବାବୀର ଯବାନମାନଙ୍କୁ ଆମେ ଅନ୍ତରରଗଭୀରତମ ପ୍ରଦେଶରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ ।

‘ଆଜାଦୀ କା ଅମୃତମହୋତ୍ସବ’ ଦେଶରେସର୍ବାଙ୍ଗୀନ ବିକାଶସହିତ ଅଖଣ୍ଡତା ଓ ନିରାପତ୍ତା ରକ୍ଷାପାଇଁସଂକଳ୍ପ ନେବାକୁସୁଯୋଗସୃଷ୍ଟିକରିଛି । ପବିତ୍ରସ୍ୱାଧୀନତା ଦିବସ ଅବସରରେ ‘ଓଡ଼ିଶାଭାସ୍କର’ ସବୁବର୍ଷ ପରି ଏ ବର୍ଷ ମଧ୍ୟ ଆୟୋଜନ କରିଛି ଅନବଦ୍ୟ ଦେଶାତ୍ମ- ବୋଧକ କାର୍ଯ୍ୟକ୍ରମ ‘ମା’ ତୁଝେସଲାମ୍’ । ଦେଶ ମାତୃକାରସେବା ଓ ସୁରକ୍ଷା ପାଇଁ ଆତ୍ମବଳୀ ଦେଇଥିବା ବୀର ସହିଦ୍ ମା ନଙ୍କ ପରିବାରକୁସମ୍ବର୍ଦ୍ଧିତ କରିବା ଲାଗିଏହା ଏକ ନିଆରା ପ୍ରୟାସ । ଆଜିର କାର୍ଯକ୍ରମ ରେ ସହିଦ ଯବାନ ମାନଙ୍କ ପରିବାର ଉପସ୍ଥିତ ରହିଥିଲେ। କିପରି ସେ ଦେଶ ପାଇଁ ନିଜ ଜୀବନ ବଳିଦାନ କରିଛନ୍ତି ସେହି ମୁହୂର୍ତ କୁ ଆମେ ସ୍ମରଣ କରିଥିଲୁ । ଦେଶ ପାଇଁ ଜୀବନ ଦେଇ ସେମାନେ ଆଜି ସହିଦ ହେଇଛନ୍ତି ସତ କିନ୍ତୁ ତାଙ୍କର ଏହି ବଳିଦାନ କୁ ସାରା ଦେଶ ମନେ । ରଖିବ। ଏହି ମହାନ୍ଜାତୀୟ ଦିବସ ଅବସରରେ ‘ଓଡ଼ିଶାଭାସ୍କର’ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତା, ସମ୍ବାଦଦାତା ଓ ଶୁଭେଛୁଙ୍କୁ ହାର୍ଦ୍ଧିକ ଶୁଭେଚ୍ଛାଜ୍ଞାପନ କରୁଛି ।

Get real time updates directly on you device, subscribe now.