fbpx

ଚୋରା ମଦ କାରବାର ବେଳେ ଚଢ଼ଉ କଲା ସ୍ପେସାଲ୍‌ ସ୍କ୍ୱାଡ୍‌: ୧୭ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ବାଲିପାଟଣା,(ଭାସ୍କର ନ୍ୟୁଜ):  ବାଲିପାଟଣା ଥାନା ଅନ୍ତର୍ଗତ ବଦଳାର ପଶ୍ଚିମଖଣ୍ଡ ଗ୍ରାମରୁ ଚାଲିଥିଲା ଚୋରା ମଦ କାରବାର।  ହଠାତ୍‌ ଚଢ଼ଉ କରି ଜଣେକ ବ୍ୟକ୍ତିକୁ ବାଲିପାଟଣା ଥାନା ପୋଲିସ ଗିରଫ୍‌ କରିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି । ଅଭିଯୁକ୍ତର ନାମ ବାସୁଦେବ ପ୍ରଧାନ (୪୦) ପିତା ନରହରପ୍ରଧାନ ସୂଚନା ମୁତାବକ ଉକ୍ତ ଗ୍ରାମରେ ମଦ ଚୋରା କାରବାର କରୁଥିବା ଖବର ପାଇ ବାଲିପାଟଣା ଥାନା ସ୍ପେସାଲ୍‌ ସ୍କ୍ୱାଡ୍‌ ଚଢଉ କରିଥିଲେ । ତାଙ୍କ ପାଖରୁ ପ୍ରାୟ ୧୭ ଲିଟର୍‌ ବିଦେଶୀ ମଦ ଜବତ କରା ଯାଇଥିବା ଅଧିକାରୀ ଶ୍ରୀ ବରାଡ ସୂଚନା ଦେଇଛନ୍ତି । ବାସୁଦେବଙ୍କ ନାମରେ କେଶ୍‌ ନଂ ୧୮୧/୨୨ରେ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.