3 ଫୁଟ 8 ଇଞ୍ଚ ଇଚ୍ଚତା, 32 ବର୍ଷ ହେଲା କରିନାହାନ୍ତି ସ୍ନାନ…ମହାକୁମ୍ଭରେ ଚର୍ଚ୍ଚାରେ ଛୋଟୁ ବାବା
କୁମ୍ଭମେଳାର ଚର୍ଚ୍ଚାର ବିଷୟ ଲିଲିପୁଟ ବାବା । 32 ବର୍ଷ ହେଲା କରିନାହାନ୍ତି ସ୍ନାନ ।
ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ 2025 ପାଇଁ ସାଧୁ ସନ୍ଥଙ୍କ ଗହଳି ଦେଖାଯାଇଛି । ଏହାରି ଭିତରେ ଜଣେ ସନ୍ଥ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । 3 ଫୁଟ 8 ଇଞ୍ଚର ବାବା ସାଧନା ପାଇଁ ସେଠାକୁ ଆସିଛନ୍ତି ।
ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ବାବା 32 ବର୍ଷ ହେଲା ସ୍ନାନ କରିନାହିନ୍ତି । ବାବାଙ୍କର ବୟସ 57 ବର୍ଷ ହୋଇଥିବା ବେଳେ ତାଙ୍କ ନାମ ଲିଲିପୁଟ ବାବା ବୋଲି ଜଣାପଡିଛି ।
ଛୋଟୁ ବାବା କାହିଁକି 32 ବର୍ଷ ସ୍ନାନ କରିନାହାନ୍ତି ସେନେଇ ମଧ୍ୟ ସେ ଉତ୍ତର ରଖିଛନ୍ତି । ସେ ଯେତେବଳେ ଗୁରୁ ଦିକ୍ଷା ନେଇଥିଲେ ସେତେବେଳେ ତାଙ୍କ ଗୁରୁ ଏଭଳି କହିଥିବା କଥା ସେ କହିଛନ୍ତି । ଏହା ତାଙ୍କ ସାଧନାର ଏକ ଅଂଶ ଏବଂ ସେ ପୁରା ନିଷ୍ଠାର ସହିତ ଏହାକୁ ମାନିବେ ବୋଲି କହିଛନ୍ତି । ତେବେ 32 ବର୍ଷ ହେବ ସ୍ନାନ କରିନଥିଲେ ହେଁ ସେ ସ୍ବଚ୍ଛ ରହିଥିବା କଥା ମଧ୍ୟ କହିଛନ୍ତି ।
ମହାକୁମ୍ଭରେ ସାଧୁସନ୍ଥମାନଙ୍କର ଗଙ୍ଗା ସ୍ନାନ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥିବା ବେଳେ ଛୋଟୁ ବାବା ଏହି ସ୍ନାନରୁ ଦୂରେଇ ରହୁଛନ୍ତି । ତେବେ ବାବାଙ୍କୁ ଦେଖିବା ପାଇଁ ମହାକୁମ୍ଭରେ ଗହଳି ଦେଖାଯାଉଛି । ଗୁରୁଙ୍କୁ ଭେଟିବା ପାଇଁ ଲିଲିପୁଟ ବାବା କୁମ୍ଭ ମେଳାକୁ ଆସିଥାଆନ୍ତି ବୋଲି ସେ କହିଛନ୍ତି ।