ପୌଷ ପୂର୍ଣ୍ଣିମାରେ ହେଲା ମହାକୁମ୍ଭର ଆରମ୍ଭ, ଆଜି ପ୍ରଥମ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ମହାକୁମ୍ଭ ପର୍ବର ଆରମ୍ଭ ହୋଇସାରିଛି। ପୌଷ ପୂର୍ଣ୍ଣିମାକୁ ମହାକୁମ୍ଭର ପ୍ରଥମ ସ୍ନାନ ୧୩ ଜାନୁଆରୀରେ ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ପ୍ରୟାଗରାଜରେ ମହାକୁମ୍ଭର ଆରମ୍ଭ ହୋଇସାରିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ତ୍ରିବେଣୀ ସଂଗମରେ ବୁଡ଼ ପକାଉଛନ୍ତି। ହିନ୍ଦୁ ଧର୍ମର ସବୁଠୁ ବଡ଼ ଧର୍ମିକ ଉତ୍ସବକୁ ନେଇ ଶ୍ରଦ୍ଧାଳୁମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ୧୩ ଜାନୁଆରୀରୁ ଆରମ୍ଭ ହୋଇ ମହାକୁମ୍ଭର ଏହି ପବିତ୍ର ପର୍ବ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।

ଏହି ଖାସ କୁମ୍ଭମେଳାର ଯୋଗ ୧୪୪ ବର୍ଷପରେ ଆସିଛି ବୋଲି କୁହାଯାଉଛି। କୁମ୍ଭମେଳାର ପ୍ରଥମ ଅମୃତ ସ୍ନାନ ୧୪ ଜାନୁଆରୀରେ କରାଯିବ। ହିନ୍ଦୁ ପୌରାଣିକ ଶାସ୍ତ୍ର ଅନୁସାରେ, ମହାକୁମ୍ଭରେ ବୁଡ଼ ପକାଇଲେ ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ପାପ ନାଶ ହୋଇଥାଏ। ଏଥିସହ ବୁଡ଼ ପକାଇଲେ ଭକ୍ତକୁ ଅଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହୋଇଥାଏ।