fbpx

ମାହାଙ୍ଗା ହତ୍ୟା ଘଟଣା: କୁଳମଣିଙ୍କ ପୁଅଙ୍କୁ ଧମକପୂର୍ଣ୍ଣ ଚିଠି

Advertisement

ମାହାଙ୍ଗା, ୧୫ା୧ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା କୁଳମଣି ପ୍ରଧାନଙ୍କ ପୁଅଙ୍କ ପାଖକୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି । ଏହି ଚିଠିକୁ ନେଇ କୁଳମଣିଙ୍କ ପରିବାରରେ ଭୟର ବାତାବରଣ ଖେଳିଯାଇଛି । ତେବେ ପରିବାରକୁ ଡରାଇବା ଉଦ୍ଦେଶ୍ୟରେ କେହି ଜଣେ ଏହି ଚିଠି ମାଧ୍ୟମରେ ଧମକ ଦେଇଥିବା ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ୫ ଜଣିଆ ଟିମ୍ ଗଠନ କରିଥିଲା । ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.