ମଣିଷର ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଇପାରେ ଜୀବନ । ଏଥିପାଇଁ ସବୁବେଳେ ସାବଧାନ୍ ରହିବା ଜରୁରୀ । ଅନେକ ଥର ଭଲ ପାଗ ଦେଖି ଲୋକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଆନ୍ତି, କିନ୍ତୁ ମସ୍ତି କରୁ କରୁ ଅନେକ ଥର ଏପରି କିଛି ଘଟଣା ଘଟିଯାଏ, ଯାହାର କଳ୍ପନା ବି ଆପଣ କରିପାରିବେ ନାହିଁ । ବର୍ଷା ସମୟରେ ନଦୀରେ ଫସିଥିବା ଲୋକଙ୍କ ଭିଡିଓ ତ ଆପଣମାନେ ଦେଖିଥିବେ, କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ଓମାନ ବୁଲିବାକୁ ଯାଇଥିବା ଭାରତୀୟ ପରିବାରର କିଛି ସଦସ୍ୟ ସମୁଦ୍ରର ଲହରୀ ଭିତରେ ଭାସିଗଲେ ଓ କେହି କିଛି କରିପାରି ନଥିଲେ ।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଜଣେ ୪୨ ବର୍ଷିୟ ବ୍ୟକ୍ତି ଏବଂ ତାଙ୍କର-ବର୍ଷର ପୁଅ ଓମାନର ଏକ ସମୁଦ୍ର କୂଳରେ ବୁଡ଼ି ଯାଇଥିବାବେଳେ ତାଙ୍କର ୬ ବର୍ଷର ଝିଅ ନିଖୋଜ ଅଛନ୍ତି । ବୁଧବାର ଦିନ ପରିବାର ସଦସ୍ୟ ଏହି ସୂଚନା ଦେଇଛନ୍ତି । ଶଶିକାନ୍ତ ମହାମନେ, ତାଙ୍କ ପତ୍ନୀ ଏବଂ ଝିଅ ଶ୍ରେୟା (୯) ଏବଂ ଶ୍ରେୟସ୍ (୬) ଦୁବାଇରେ ରହୁଥିଲେ ଏବଂ ରବିବାର ଦିନ ପଡୋଶୀ ଦେଶ ଓମାନକୁ ବୁଲି ଯାଇଥିଲେ । ମହମାନେଙ୍କ ଭାଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ପରିବାର ସାଙ୍ଗଲି ଜିଲ୍ଲାର ଜଠରୁ ସମ୍ପର୍କ ରଖିଥିଲେ ଅଟେ । ଶଶିକାନ୍ତ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ, ଯେତେବେଳେ ଶ୍ରେୟା ଏବଂ ଶ୍ରେୟସ୍ ପାଣିରେ ଖେଳୁଥିଲେ, ସେତେବେଳେ ଏକ ବଡ଼ ଲହରୀ ଆସିଥିଲା ଓ ସେମାନଙ୍କୁ ପାଣିଭିତରକୁ ଟାଣିନେଇଥିଲା । ସେମାନଙ୍କୁ ବଞ୍ଚାଇବାବେଳେ ଶଶିକାନ୍ତ ମଧ୍ୟ ବୁଡ଼ି ଯାଇଥିଲେ । ଏହି ଘଟଣା ବିଷୟରେ ଜାଣିବା ପରେ ଦୁବାଇ ଯାଇଥିବା ତାଙ୍କ ଭାଇ କହିଛନ୍ତି ଯେ, ଶଶିକାନ୍ତ ଓ ତାଙ୍କ ପୁଅର ଶବକୁ ପାଣିରୁ ବାହାର କରାଯାଇଥିବା ବେଳେ ଝିଅକୁ ଖୋଜାଚାଲିଛି । ନିଖୋଜ ଝିିଅକୁ ଖୋଜିବା ପାଇଁ ରୟାଲ ଓମାନ ପୋଲିସ ଟ୍ୱିଟ କରିଛି ।
3members of a family, including 2children from #Sangli district #Maharashtra, were swept away by strong tides in the sea in #Oman during a family picnic on Sunday. After a search operation for 2 days, the bodies of a minor & his father were recovered #SEA #HeavyRains #latestnews pic.twitter.com/4zSbuIA6TU
— naveen kumar reddy (@reddynavenreddy) July 13, 2022