fbpx

ମହୁଲଫୁଲ ବୋଝେଇ ପିକଅପ୍ ଜବତ, ୨ ଗିରଫ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତକୁ ଶୁକ୍ରବାର ଗିରଫ କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ ବେଆଇନ ମହୁଲ ଫୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ପାଇ ଚଢ଼ଉ କରିଥିଲେ । ଏହି ଅବସରରେ ଚାଲାଣ ହେଉଥିବା ବୋଲେରୋ ପିକ୍‌ଅପ ନମ୍ବର (ଓଡି୧୭ଏଚ୯୮୮୬) ସହ ୧୫ କ୍ୱିଣ୍ଟାଲ ମହୁଲ ଜବତ କରିଥିବା ବେଳେ ଚାଲାଣ କରୁଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅଧିନ ନରେନ୍ଦ୍ରୁର ଗ୍ରାମର ଅଭିରଣା ଓ ଦହିତା ଗ୍ରାମର ନରେନ୍ଦ୍ର ମେହେରକୁ ଗିରଫ କରାଯାଇଥିବା ପାଟଣାଗଡ ଅବକାରୀ ଥାନା ଅଧିକାରୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି । ଚଢଉ ସମୟରେ ପାଟଣାଗଡ, କଣ୍ଟାବାଞ୍ଜି ଓ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ, କର୍ମଚାରୀ ସାମିଲ ଥିଲେ । ଏନେଇ ପାଟଣାଗଡ ଅବକାରୀ ଥାନା ପିଆରକେସ ନଂ୯୪/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିବା ଜଣାଯାଇଛି ।

Get real time updates directly on you device, subscribe now.