fbpx

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ଟ୍ରକ ୫ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ସମସ୍ତ ମୃତକ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବାଙ୍ଗୁରା ଗ୍ରାମର ୫ଜଣ ଲୋକ ମହୁଲ ଟୋଲ ପେଶିବାକୁ ଏକ ଅଟୋରେ ମୁକ୍ତାପଶି ଯାଉଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୫୩ ନମ୍ବର ଜାତୀୟ ରାଜପଥ ପଥରଖମ୍ବ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଫଏରାର ହୋଇଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ମୃତ୍ୟୁବରଣ କରିଥିବା ୫ଜଣଙ୍କ ନାମ ହେଉଛି ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ ,ଆଦିକନ୍ଧ ସାମଲ ,ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛନ୍ତି । ଭୋର ସମୟରୁ ମହୁଲ ଟୋଲ ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.