ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କୁ ଖୁସି କରାଇଲେ ରାଜ୍ୟ ସରକାର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି କରାଇଛନ୍ତି । ପୂର୍ବରୁ ସେମାନେ ଆଇପିଏସ ରହିଥିଲେ । ସେହିପରି ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟା ଏବଂ ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ IG ପାହ୍ୟା ଦିଆଯାଇଛି । ତେବେ ବର୍ଷ ଆରମ୍ଭ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ପ୍ରକାର ଭେଟି ବୋଲି ମଧ୍ୟ କୁହାଯାଇପାର ।
ଦୀର୍ଘଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ରାଜ୍ୟ ସରକାର ଏନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବେଳେ ବର୍ତ୍ତମାନ ନୂଆ ବର୍ଷ ପୂର୍ବରୁ ଭେଟି ଦେଇଛନ୍ତି ରାଜ୍ୟ ସରକାର ।