fbpx

ମାଳଦ୍ୱୀପ ଝଡ଼; EasyMyTrip ରଦ୍ଦ କଲା ସମସ୍ତ ବିମାନର ବୁକିଂ

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତକୁ ନେଇ ଭାରତ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ୩ ମନ୍ତ୍ରୀଙ୍କୁ ରବିବାର ନିଲମ୍ବିତ କରିଛନ୍ତି । ଏନେଇ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖା ଦେଇଛି । ଏହା ଦେଶର ଅର୍ଥନୀତି ଏବଂ ପର୍ଯ୍ୟଟନ କ୍ଷେତ୍ର ପାଇଁ ବଡ଼ ଝଟକା ହୋଇପାରେ । ସୋସିଆଲ ମିଡ଼ିଆରେ ବି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ୍ କରୁଛି । ଅନଲାଇନ୍ ଟ୍ରାଭେଲ କମ୍ପାନୀ EasyMyTrip ମାଳଦ୍ୱୀପ ପାଇଁ ସମସ୍ତ ଫ୍ଲାଇଟର ବୁକିଂ ରଦ୍ଦ କରିଦେଇଛି ।
ଭାରତୀୟ ଅନଲାଇନ୍ ଟ୍ରାଭେଲ କମ୍ପାନୀ EasyMyTrip ସହ ପ୍ରତିଷ୍ଠାତା ଏବଂ ସିଇଓ ନିଶାନ୍ତ ପଟ୍ଟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଫ୍ଲାଇଟର ବୁକିଂ ରଦ୍ଦ କରିଥିବା ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଦେଶ ପ୍ରତି ଥିବା ଏକତାକୁ ପ୍ରଦର୍ଶିିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ EasyMyTrip ଜରିଆରେ ଲାକ୍ଷାଦ୍ୱୀପକୁ ପରିଦର୍ଶନ କରିବା ପାଇଁ ଅନଲାଇନ୍ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି ।’

Get real time updates directly on you device, subscribe now.