ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ ମାମଲା: ୨୮ ଦିନରେ ମିଳିଲା ନ୍ୟାୟ

ଭୁବନେଶ୍ୱର: ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ କରାଯାଇଥିବା ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଜେଏମଏଫସି-୧ କୋର୍ଟ ଏନେଇ ରାୟ ଶୁଣାଣି କରିଛନ୍ତି । ତେବେ ୨୮ ଦିନରେ ଯୁବତୀଙ୍କୁ ନ୍ୟାୟ ମିଳିଛି । ତେବେ ଏଥିରେ ଅଭିଯୁକ୍ତଙ୍କୁ ୧୮ ମାସ କାରାଦଣ୍ଡାଦେଶ ଶୁଣାଣି କରାଯାଇଛି । ଲିଙ୍ଗରାଜ ମନ୍ଦିର ଥାନା ଅଧିନରେ ମାମଲା ରୁଜୁ କରାଯାଇଥିଲା । ମାମଲାକୁ ନେଇ ୪ ଦିନରେ ଚାର୍ଜସିଟ ଦେଇଥିଲା ପୋଲିସ ।

ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ସଜା ମିଳିଛି । ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ଦଣ୍ଡାଦେଶ ମିଳିଛି । କୁଣ୍ଡୁକୁ ୧୮ ମାସ ଜେଲ୍ ଦଣ୍ଡାଦେଶ ଦେଲେ ଆଇଏମଏଫସି କୋର୍ଟ । ଅଭିଯୋଗ ମାତ୍ର ୪ ଦିନ ଭିତରେ ଦାଖଲ ହୋଇଥିଲା ଚାର୍ଜସିଟ୍ । ଫେବୃଆରୀ ୧୯ରେ ଦର୍ଶନ ବାହାନାରେ ଅସଦାଚରଣ ହୋଇଥିଲା ।