fbpx

(Video) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପରିହାସ କଲେ TMC ନେତା: କହିଲେ , ‘ସେ କିପରି ଦେଖାଯାଉଛନ୍ତି …’

Advertisement

ନନ୍ଦିଗ୍ରାମ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରରେ ଥିବା ମନ୍ତ୍ରୀ ତଥା ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପ ରଙ୍ଗକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ବୟାନର ଭିଡିଓ ଏବେ ସାମ୍ନାକୁ ଆସିଛି । ଅଖିଳ ଗିରି ନନ୍ଦିଗ୍ରାମରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ଭାରତ ରାଷ୍ଟ୍ରପତିଙ୍କ ‘ଚେହେରା’ ବିଷୟରେ ଅପମାନଜନକ କଥା କହିଥିଲେ । ସେ କହିଛନ୍ତି, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଆମେ ସମ୍ମାନ ଦେଉଛୁ । କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି କହି ବ୍ୟଙ୍ଗ କରିଛନ୍ତି ଅଖିଳ । ଲୋକଙ୍କ ଭିଡ଼ରେ ଭିତରେ ବଙ୍ଗଳା ଭାଷାରେ ଅଖିଳ ଗିରି ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ତାଚ୍ଛଲ୍ୟ କରିଛନ୍ତି ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଓ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ନେତାଙ୍କ ମନ୍ତବ୍ୟ ଉପରେ ବିଜେପି କ୍ରୋଧ ପ୍ରକାଶ କରି ତାଙ୍କୁ ଦୃଢ଼ ନିନ୍ଦା କରିଛି । ସେପଟେ ଟିଏମସି କହିଛି ଯେ, ‘ପ୍ରକୃତରେ ମନ୍ତ୍ରୀ ଅଖିଳ ଗିରି କହୁଥିଲେ ଯେ ଆମ ଦଳ ଲୋକମାନଙ୍କୁ ସେମାନଙ୍କ ଚେହେରା ଦ୍ୱାରା ବିଚାର କରନ୍ତି ନାହିଁ । ଏହା କହିବା ପାଇଁ ସେ ରାଷ୍ଟ୍ରପତିଙ୍କ ଉଦାହରଣ ଦେଇଛନ୍ତି ।’

ଏଥି ସହ ବିଜେପି ଦାବି କରିଛି ଯେ ଯେତେବେଳେ ଟିଏମସି ମନ୍ତ୍ରୀ ରାଷ୍ଟ୍ରପତି ମୁର୍ମୁଙ୍କ ବିଷୟରେ ଏହି ମନ୍ତବ୍ୟ ଦେଇଥିଲେ, ସେତେବେଳେ ମମତା ବାନାର୍ଜୀ ସରକାରରେ ଥିବା ମହିଳା କଲ୍ୟାଣ ମନ୍ତ୍ରୀ ଶଶି ପଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଶହୀଦ ଦିବସ ପାଳନ ଅବସରରେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ବିରୋଧୀ ଦଳର ଅଖିଳ ଗିରି ନେତା ସୁଭେନ୍ଦୁ ଆଡିକାରୀଙ୍କ ବିବୃତ୍ତିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ପଶ୍ଚିମବଙ୍ଗ ବିଜେପି ଟ୍ୱିଟରେ ଲେଖିଛି ଯେ, ‘ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ । ଫଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି । ସେଥିପାଇଁ ସେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।’

Get real time updates directly on you device, subscribe now.