fbpx

ପୂର୍ବ ବିବାଦକୁ କେନ୍ଦ୍ର କରି ଲୁହାରଡ୍‌ରେ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗଲେ ଜେଲ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଲୁହାରଡରେ ଆକ୍ରମଣ ହୋଇଛି । ଆହତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୩୪୧/ ୩୨୩/୩୨୫/୩୦୭/୫୦୬/୩୪୧/୩୪ରେ ମାମଲା ରୁଜୁ କରି ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଦୁଇ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ମହୁରା ଗ୍ରାମର ଅଶୋକ ରଥଙ୍କୁ ସହିତ ସେହି ଗ୍ରାମର କେତେକ ବ୍ୟକ୍ତିଙ୍କ ସହିତ ପୂର୍ବ ବିବାଦ ରହିଥିଲା । ଗତ ବୁଧବାର ଦିବା ୧୨ଘଟିକା ସମୟରେ ଅଶୋକଙ୍କ ସାନଭାଇ ସୁରେଶ ରଥ ଗହୀରରୁ କାମସାରି ଆସୁଥିବା ବେଳେ ଅଜୟ ରଥ ରାଜକିଶୋର ରଥ, ଲୁହା ରଡ ଧରି ପୂର୍ବ ଯୋଜନା ଅନୁଯାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁରେଶ ତଳେପଡି ସଜ୍ଞା ହରାଇଥିବା ବେଳେ ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Get real time updates directly on you device, subscribe now.