fbpx

ନିଜ ଶରୀରର ଅଙ୍ଗ କାଟି ହୋଇଗଲେ ଏଲିୟନ, ଜାଣନ୍ତୁ କ’ଣ ରହସ୍ୟ…

ଦେଖିଲେ ଡ଼ର ଲାଗୁଥିବ ନିଶ୍ଚୟ । ଭୟଙ୍କର ଚେହେରା ଓଠ ପାଟି ନାକ ର ଗଠନ ଅଜବ । ଆଖିକୁ ଦେଖିଲେ ଲୋମ ଟାଙ୍କୁରିଯାଉଛି । ଦେହ ସିତେଇଯାଉଛି । ଏହି ଫୋଟୋ ଦେଖିଲେ ଲାଗୁଛି ସତରେ ଏ ଆମ ଜୀବଜଗତର କେଉଁ ପ୍ରଜାତିର ପ୍ରାଣୀ । ଗୋଡ଼ହାତ ସବୁକୁ ଦେଖିଲେ ମଣିଷ ପରି ଲାଗୁଛି ତଥାପି କ’ଣ କହିହେବ ଯେ ହେଉଛନ୍ତି ଜଣେ ମଣିଷ ।

ହଁ ଆପଣଙ୍କ ସାମନରେ ଥିବା ଏହି ଭୟାନକ ଚେହେରାକୁ ଅଙ୍କା ଯାଇନାହିଁ କି ଚିତ୍ର କରାଯାଇନାହିଁ ।  ଏହି ବ୍ୟକ୍ତିଜଣକ ତାଙ୍କ ହାଡ଼ମାଂସକୁ ସର୍ଜରି କରି ଏଭଳି ଏଲିଏନ କରି କରିଦେଇଛନ୍ତି । ଏଲିୟନ ହେବା ନିଶା ରେ ନାକ-କାନ-ଓଠ କାଟି ପକାଇଛନ୍ତି ଏହି ବ୍ୟକ୍ତି ଜଣକ ।  ଦେହ ସାରା କରିଛନ୍ତି ବ୍ଲାକ ଟାଟୁ, ଆଉ ଦେଖାଯାଉଛନ୍ତି ଅତି ଭୟଙ୍କର  । ଲୋକଙ୍କ ସଉକ ମଧ୍ୟ ସତରେ କେତେ ଅଜବ ।  ଭିନ୍ନ ଭିନ ଲୋକ ବେଳେବେଳ କଣ ଅଜବ ଅଜବ କାମ କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

ଜଣେ ଯୁବକଙ୍କୁ ଏଲିୟନ ହେବା ନିଶା ଲାଗିଲା । ଏମିତି ନିଶା ଲାଗିଲା ଯେ ଯୁବକ ଜଣକ ନିଜ ଶରୀରର କିଛି ଜରୁରୀ ଅଙ୍ଗ କୁ କାଟିେିଦେଲ । ଏ ହେଉଛନ୍ତି ଫ୍ରାନ୍ସର ଆନ୍ଥୋନୀ ଲୋଫ୍ରୋଡୋ । ଏଲିୟନ ହେବା ନିଶାରେ ନିଜ ନାକ କାଟିଦେଲେ । ସେ ନିଜ ହାତର କିଛି ଆଙ୍ଗୁଠି ଓ ଉପର ଓଠ ମଧ୍ୟ କାଟିଦେଇଛନ୍ତି ।

୩୩ ବର୍ଷ ବୟସ୍କ ଆନ୍ଥୋନୀ ଲୋଫ୍ରୋଡୋ ଙ୍କୁ ଏଲିୟନ ହେବା ନିଶା ଏମିତି ଧରିଲା । ଯେ ଏଥିପାଇଁ ସେ ନିଜ ମୁହଁର କିଛି ଜରୁରୀ ଅଙ୍ଗ କାଟି ଦେଇଥେôଲ । ପରେ ସେ ମେକ୍ସିକୋ ଯାଇ ଏକ ସଜର୍ରୀ କରାଇଛନ୍ତି । ଏଲିୟନ ଇଚ୍ଛା ପୁରଣ କରିବାକୁ ସେ ପୁରା ଶରୀରରେ କଳା ଟାଟୁ ମଧ୍ୟ କରିଛନ୍ତି । ବ୍ଲାକ ଏଲିୟନ ହେବାକୁ ସେ ଅନେକ ସଜର୍ରୀ ମଧ୍ୟ କରିଛନ୍ତି । କେବଳ ଶରୀରରେ ନେୁହଁ ବରଂ ଆଖିରେ ମଧ୍ୟ ସେ ଟାଟୁ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ସେ ଆହୁରି କିଛି ସଜର୍ରୀ କରାଇ ନିଜକୁ ବ୍ଲାକ ଏଲିୟନରେ ପରିଣତ କରିବେ । ପୂବର୍ରୁ ଆନ୍ଥୋନୀ ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥଲେ । କିନ୍ତୁ ଏହି ଚାକିରିରେ ସେ ଖୁସି ନଥିଲେ । ଏହାପରେ ସେ ସିକ୍ୟୁରିଟି ଗାର୍ଡ ଚାକିରୀ ଛାଡି ଦେଲେ ଓ ଅଷ୍ଟ୍ରେଲିଆ ଚାଲିଗଲେ । ଏହାପେର ସେ ନିଜକୁ ଏଭଳି  ବଦଳାଇବାକୁ  ଆରମ୍ଭ କରିଥଲେ । ଏବେ ସେ ସମ୍ପୂର୍ଣ୍ଣ ବଦଳି ସାରିଛନ୍ତି ।

Get real time updates directly on you device, subscribe now.