କ’ଣ ଏମିତି ହେଲା ଯେ; ଟ୍ରମ୍ପଙ୍କୁ ରାସ୍ତାରେ କୁଲଫି ବିକିବାକୁ ପଡ଼ିଲା! Video ଦେଖି ଲୋକେ କାବା
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଗୀତ ଗାଇ ଗାଇ କୁଲଫି ବିକୁଛନ୍ତି ଟ୍ରମ୍ପ!
ଇସଲାମାବାଦ୍: ସୋସିଆଲ ମିଡିଆରେ ପ୍ରତିଦିନ ଅସଂଖ୍ୟ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଲୋକଙ୍କ ମନରେ କୌତୁହଳ ମଧ୍ୟ ଜାତ ହେଉଛି । ଏ ଭିତରେ ପାକିସ୍ତାନରୁ ଏକ ଭିଡିଓ ଜୋରସୋରରେ ବ୍ୟାପିବାରେ ଲାଗିଛି ।
ଲୋକେ କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ରାଜରାସ୍ତାରେ ବିକୁଛନ୍ତି କୁଲଫି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଟ୍ରମ୍ପଙ୍କ ପରି ଦେଖାଯାଉଥିବା ଜଣେ କୁଲଫି ବ୍ୟବସାୟୀ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜରାସ୍ତାରେ ବୁଲି ବୁଲି ବେପାର କରୁଛନ୍ତି । ପଞ୍ଜାବୀ ଭାଷାରେ କୁଲଫି ଗୀତ ଗାଇବା ସାଙ୍ଗକୁ ଲୋକଙ୍କୁ କୁଲଫି ଦେଉଥିବାର ଦେଖିବାକୁ ମିଳିଛି ।
ଏହି କୁଲଫି ବ୍ୟବସାୟୀଙ୍କ ଘର ସହିୱାଲରେ । ତାଙ୍କ ନାମ ସଲିମ ବଗା । ୫୩ ବର୍ଷୀୟ ସଲିମ କୁଲଫି ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି ।
ସ୍ଥାନୀୟ ଲୋକମାନେ ମଧ୍ୟ ସଲିମଙ୍କୁ ଟ୍ରମ୍ପ କହି ବେଳେ ବେଳେ ଡାକୁଥିବାର ଦେଖିବାକୁ ମିଳିଛି । ସଲିମଙ୍କ କୁଲଫିର ପ୍ରସିଦ୍ଧି ସ୍ଥାନୀୟ ଅଞ୍ଚଳରେ ରହିଥିବାବେଳେ ଲୋକେ ଉଭୟ ସଲିମ ଏବଂ ତାଙ୍କ କୁଲଫିକୁ ବେଶ୍ ପସନ୍ଦ କରୁଛନ୍ତି ।
Donald Trump’s lookalike spotted selling Kulfi in Pakistan in a melodious way pic.twitter.com/rMSvYYhILb
— Historic Vids (@historyinmemes) January 1, 2024