fbpx

୫୫୦ ଜଣ ସନ୍ତାନଙ୍କ ଏମିତି ଜଣେ ଜନକ….

Advertisement

ଓଡିଶା ଭାସ୍କର : ଯଦି ଜଣକର ୧୦ ଜଣ ସନ୍ତାନ ଥିଲେ ବି ଆମେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଉ । ମାତ୍ର ଯଦି ଜଣେ ପିତା ପ୍ରାୟ ୫୫୦ ଜଣ ସନ୍ତାନର ଅଧିକାରୀ ହୋଇଥିବ ତ ଏହା କେବଳ ଆଶ୍ଚର୍ଯ୍ୟ ନୁହେଁ, ଜଣକୁ ସ୍ତବ୍ଧ ମଧ୍ୟ କରିଦେବ । ଏହିକ୍ରମରେ ବାସ୍ତବରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ୫୫୭ ଜଣ ପିଲା ଅଛନ୍ତି । ତାଙ୍କର ଏହିସବୁ ସନ୍ତାନ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ବିଚ୍ଛୁରିତ ହୋଇ ରହିଛନ୍ତି ।

କେତେକ ଦେଶରେ ଜନସଂଖ୍ୟା ବୃଦ୍ଧି ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଆଉ କେତେକ ଦେଶରେ ଇନଫର୍ଟିଲିଟି ଏକ ବଡ ସମସ୍ୟା ଅଟେ । ସେଥିପାଇଁ ଚିକିତ୍ସାର ଅନେକ ସୁବିଧା ମଧ୍ୟ ରହିଛି ବିଶ୍ୱରେ । ଯେଉଁଥିରେ ସ୍ପର୍ମ ଡୋନେଶନ ଏକ ଭଲ ବିକଳ୍ପ ଅଟେ । ବହୁତ ଜଣ ପୁରୁଷ ଏହାକୁ ମାଧ୍ୟମ କରି ପଇସା କମାନ୍ତି । ଏମିତି ଜଣେ ପୁରୁଷ ଅଟନ୍ତି ଜୋନାଥନ ଜୈକବ ମିଜରେ । ଜୋନାଥନଙ୍କୁ ବିଶ୍ୱର ସବୁଠୁ ଅଧିକ ସନ୍ତାନର ଜନକ କୁହାଯାଏ । ଏହି ନେଦରଲ୍ୟାଣ୍ଡର ଯୁବକ୨୫ ବର୍ଷ ବୟସରେ ୨୦୦୭ ମସିହାରେ ପ୍ରଥମଥର ପାଇଁ ସ୍ପର୍ମ ଡୋନେଟ କରିଥିଲେ । ଏହାପରେ ସେ ୧୧ ଭିନ୍ନ ଭିନ୍ନ କ୍ଲିନିକରେ ସ୍ପର୍ମ ଡୋନେଶନ ପାଇଁ ସାଇନ କରିଥିଲେ । ତାଙ୍କୁ ୫୫୦ ସନ୍ତାନର ବାପା କୁହାଯାଏ । ମାତ୍ର ତାଙ୍କର ଆହୁରି ମଧ୍ୟ ସନ୍ତାନ ଥିବାର ମଧ୍ୟ କହନ୍ତି ଲୋକେ ।

ଜୋନାଥନଙ୍କ କୁହନ୍ତି ଯେ, ସେ ମାଗଣାରେ ସ୍ପର୍ମ ଡୋନେଟ କରନ୍ତି । କିନ୍ତୁ, ସାଇନ କରିଥିବା କ୍ଲିନିକ ଅନୁସାରେ, ସେ ଏହା ପାଇଁ ପଇସା ମଧ୍ୟ ନେଇ ଥାଆନ୍ତି ବୋଲି ଜଣା ପଡିଛି । କେବଳ ନେଦରଲ୍ୟାଣ୍ଡରେ ତାଙ୍କର ୩୭୫ ସନ୍ତାନ ଥିବାବେଳେ ଜର୍ମାନୀରେ ୮୦, ବେଲଜିୟମ ରେ ୩୫, ଆର୍ଜେଣ୍ଟିନାରେ ୪ ଓ ଅଷ୍ଟ୍ରେଲିଆରେ ୨ ଜଣ ସନ୍ତାନ ରହିଛନ୍ତି । ଏହି ସ୍ପର୍ମ ଡୋନେସନ ପାଇଁ ଜୋନାଥନଙ୍କୁ କୋର୍ଟର ଦ୍ୱାରସ୍ଥ ମଧ୍ୟ ହେବାକୁ ପଡିଥିଲା ।

Get real time updates directly on you device, subscribe now.