fbpx

ଭାଇକୁ କିଡନୀ ଦେବାରୁ ସ୍ତ୍ରୀକୁ ସାଉଦିରେ ଥାଇ WhatsApp କଲରେ ତିନ୍ ତଲାକ୍ ଦେଲା ସ୍ୱାମୀ

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତିନି ତଲାକ୍ ର ଏକ ମାମଲା ସାମ୍ନାକୁ ଆସିଛି। ସାଉଦି ଆରବରେ କାମ କରୁଥିବା ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍ କଲ୍ କରି ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛି। ଏବେ ତିନି ତଲାକ୍ ପୀଡ଼ିତା ନିଜ ମାମୁଁ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ୱାମୀ ମହମ୍ମଦ ରସିଦଙ୍କ ବିରୋଧରେ ତିନ୍ ତଲାକ୍ ସମେତ ବିଭିନ୍ନ ଗମ୍ଭୀର ଦଫାରେ ମାମଲା ରୁଜୁ କରି ପୂରା ମାମଲାର ତଦନ୍ତ ଆରମ୍ଭ କରିଛି ଧନେପୁର ପୋଲିସ।

ସୂଚନାଯୋଗ୍ୟ, ଧନେପୁର ଥାନା ଅନ୍ତର୍ଗତ ବାଉରିଆହି ଗ୍ରାମର ତରନୁମଙ୍କ ବିବାହ ୨୦ ବର୍ଷ ତଳେ ପଡ଼ୋଶୀ ଗ୍ରାମ ଜୈତାପୁରରେ ରହୁଥିବା ମହମ୍ମଦ ରସିଦଙ୍କ ସହ ହୋଇଥିଲା। ଏହି ୨୦ ବର୍ଷ ମଧ୍ୟରେ ତରନୁମଙ୍କର କୌଣସି ସନ୍ତାନ ନଥିଲା । ଏହି ସମୟରେ ତରନୁମଙ୍କ କହିବା ନୁସାରେ, ତାଙ୍କ ସ୍ୱାମୀ ମଧ୍ୟ ପୁଣି ଥରେ ବିବାହ କରିଥିଲେ। ସେ ରୋଜଗାର କରିବା ପାଇଁ ସାଉଦି ଆରବ ଯାଇଥିଲେ।

ନିକଟରେ ତରନୁମଙ୍କ ବଡ଼ ଭାଇ ମହମ୍ମଦ ଶାକିର କିଡନୀ ଖରାପ ହେବାରୁ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ତରନୁମ୍ ତାଙ୍କ ଭାଇଙ୍କୁ କିଡନୀ ଦେବାକୁ ନିଷ୍ପତ୍ତି ନେଇଥିଲେ। ସାଉଦି ଆରବରେ ଥିବା ତାଙ୍କ ସ୍ୱାମୀ ମହମ୍ମଦ ରସିଦଙ୍କ ଠାରୁ ମଧ୍ୟ ଅନୁମତି ନେଇଥିଲେ। ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ପାଖାପାଖି ୫ ମାସ ତଳେ ତରନୁମଙ୍କ କିଡନୀ ଜସଲୋକ ହସ୍ପିଟାଲରେ କାଢ଼ାଯାଇ ଭାଇ ଶାକିରଙ୍କୁ ପ୍ରତିରୋପଣ କରାଯାଇଥିଲା। ତରନୁମଙ୍କୁ ଡିସଚାର୍ଜ କରାଯାଇ ଗୋଣ୍ଡାରେ ଥିବା ତାଙ୍କ ଶ୍ୱଶୁର ଘରକୁ ଫେରାଇ ଦିଆଯାଇଥିଲା।

ଗତ ଅଗଷ୍ଟ ୩୦ ତାରିଖରେ ତରୁଣମଙ୍କ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମୋବାଇଲରେ ଡାକି କିଡନୀ ବଦଳରେ ତାଙ୍କ ଭାଇଙ୍କ ଠାରୁ ୪୦ ଲକ୍ଷ ଟଙ୍କା ମାଗିବାକୁ କହିଥିଲେ। ପୀଡ଼ିତା ଏପରି କରିବାକୁ ମନା କରିଦେଇଥିଲେ। ଏହାପରେ ମହମ୍ମଦ ରସିଦ ହ୍ଵାଟ୍ସଆପ୍ କଲ୍ କରି ତିନି ଥର ଛାଡ଼ପତ୍ର କହି ପତ୍ନୀଙ୍କୁ ତିନି ତଲାକ ଦେଇଥିଲେ। ଛାଡ଼ପତ୍ର ପରେ ପତ୍ନୀଙ୍କୁ ଶ୍ୱଶୁର ଘରେ ରହିବାକୁ ଦିଆଯାଉନଥିଲା। ତରୁଣମ୍ ତାଙ୍କ ମା’ଙ୍କ ଘରକୁ ଆସି କିଛି ଦିନ ପରେ ଥାନାରେ ମାମଲା ରୁଜୁ କରିଥିଲେ।

 

Get real time updates directly on you device, subscribe now.