fbpx

ପୁରୁଣା ସାଇକେଲ ନୁହେଁ, ସତେ ଯେମିତି କିଣିଛନ୍ତି ମର୍ସିଡିଜ ଗାଡ଼ି, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ…

Advertisement

ଜଣେ ସାଧାରଣ ଲୋକ ପ୍ରତିଟି ଛୋଟ ଛୋଟ କଥାରେ ଖୁସି ଖୋଜିଥାଏ । ଏମିତିକି ଛୋଟ ଛୋଟ ଜିନିଷରେ ବି ତା’ର ଅନେକ ସ୍ମୃତି ଯୋଡ଼ି ହୋଇ ରହିଥାଏ । ଆପଣ ଏଭଳି ଲୋକଙ୍କୁ ଦେଖିଥିବେ ମଧ୍ୟ ଯେଉଁମାନେ ନିଜର କୌଣସି ଜିନିଷକୁ ଅତି ଯତ୍ନର ସହକାରେ ରଖିଥାନ୍ତି କାରଣ ଏହା ତାଙ୍କ ପାଇଁ ଅମୂଲ୍ୟ ହୋଇଥାଏ । ଅନେକ ଲୋକ ନିଜ କିଣିଥିବା ତାଙ୍କର ପ୍ରଥମ ବାହନ ହେଉ କିମ୍ବା ଅନ୍ୟ କିଛି । ତାହା ତାଙ୍କ ପାଇଁ ଅମୂଲ୍ୟ ହୋଇଥାଏ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ଗରିବ ଲୋକ ହୁଏତ ପ୍ରଥମ ଥର ପାଇଁ ସାଇକେଲ ଟିଏ କିଣିଛନ୍ତି । ଆଉ ଏହି ସାଇକେଲ କିଣି ସେ ବହୁତ୍ ଖୁସି ହେଉଛନ୍ତି, ଭିଡିଓ ଦେଖିଲେ ଆପଣ ଜାଣିପାରିବେ ସେ କେତେ ଖୁସି ଅଛନ୍ତି । ଆଉ ଖୁସିରେ ନାଚି ଉଛୁଛି ଛୋଟ ପୁଅ । ସତେ ଯେମିତି ଏହା ଏକ ସାଇକେଲ ନୁହେଁ ଏକ ଦାମୀ ଗାଡି । ତେବେ ନୂଆ ଗାଡି କିଣିଲେ ଯେମିତି ଆମେ ଗାଡିକୁ ପୂଡାକରୁ ସେହିଭଳି ଏହି ସାଇକେଲକୁ ପୂଜା କରୁଛନ୍ତି ବ୍ୟକ୍ତି ଜଣକ । ଛୋଟ ଛୋଟ ଜିନିଷରେ ଏମାନଙ୍କର ଖୁସି ସ୍ପଷ୍ଟ ବାରି ହୋଇ ପଡୁଛି । ସେଥିପାଇଁ ଭିଡିଓଟି ଭାଇରାଲ ହେଉଛି । ଭିଡିଓଟିକୁ ଆଇଏଏସ ଅୱନିଶ ଶରଣ ଟ୍ୱିଟରରେ ଶେୟାର କରିଛନ୍ତି ।

ଆଜିର ଦୁନିଆରେ ଲୋକ ବଡ ବଡ ଗାଡି, ଘର, ଚାକିରି ଥାଇ ବି କୌଣସି ଜିନିଷରେ ଖୁସି ହୋଇପାରୁନାହାନ୍ତି । କେହି କେହି ତ ସବୁ କିଛି ଥାଇ ବି ଡିପ୍ରେସନର ଶିକାର ହୁଅନ୍ତି । ଏଭଳି ପରିସ୍ଥିତିରେ ଏହି ଭିଡିଓର ବାର୍ତ୍ତା ଖୁବ ଗୁରୁତ୍ୱପୂର୍ଣ୍ଣ । ଆମେ ଚାହିଁଲେ ଛୋଟ ଛୋଟ ଆବଶ୍ୟକତା ପୂରଣରେ ବି ଖୁସିରେ ଜୀବନ ବଞ୍ଚିପାରିବା । ବାସ୍ତବିକ, ଖୁସି ହେବା ପାଇଁ କୌଣସି ଦାମୀ ଦିନିଷର ଆବଶ୍ୟକତା ନାହିଁ । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.