fbpx

ପୁରୁଷଙ୍କ ସହ SEX କରିବା ଏବେ ଭୟଙ୍କର: ଏକାଥରକେ Monkeypox, Covid, HIVର ଶିକାର ହେଲେ ଯୁବକ

ନୂଆଦିଲ୍ଲୀ: ଆଜିର ସମୟରେ ମଙ୍କିପକ୍ସ, କୋଭିଡ୍ ଓ ଏଚଆଇଭି ବହୁତ ଭୟଙ୍କର ବୀମାରୀ ଅଟେ, ଏହା ଆମେ ସମସ୍ତେ ଜାଣିଛେ । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେବେ ଜଣେ ଲୋକ ଏପରି ୩ଟି ଯାକ ଘାତକ ରୋଗରେ ସଂକ୍ରମିତ ହୋଇଥିବାର କେବେ ଶୁଣିଛନ୍ତି କି । ଜଣେ ପୁରୁଷ ଅନ୍ୟ ପୁରୁଷଙ୍କ ସହ ସଂପର୍କ ରଖିବା କାରଣରୁ ଏଭଳି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ।

ଇଟାଲିର ଜଣେ ୩୬ ବର୍ଷୀୟ ଯୁବକ ଏକାଧିକ ପୁରୁଷଙ୍କ ସହ ଯୌନ ସଂପର୍କ ରଖିଥିଲେ । ତେବେ ଏହାର ଭୟଙ୍କର ପରିଣତି ସ୍ୱରୂପ ଏବେ ସେ ମଙ୍କିପକ୍ସ, କୋଭିଡ ଓ ଏଚଆଇଭିରେ ଏକାଥରକେ ସଂକ୍ରମିତ ହୋଇଛନ୍ତି । ତେବେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଥିବା ଉକ୍ତ ଯୁବକଙ୍କଠାରେ ଜ୍ୱର, ଥକ୍କାପଣ, ଗଳା ସଂକ୍ରମଣ ଆଦି ଲକ୍ଷଣ ଦେଖିବାକୁ ମିଳିଥିଲା ।

ଜଣାପଡ଼ିଛି ଯେ, ଯୁବକ ଜଣଙ୍କ କିଛିଦିନ ତଳେ ସ୍ପେନ ଯାତ୍ରା କରିଥିଲେ । ସେଠାରୁ ଫେରିବା ପରେ ତାଙ୍କଠାରେ ମଙ୍କିପକ୍ସ, କୋଭିଡ-୯ ଓ ଏଚଆଇଭିର ପଜିଟିଭ୍ ରିପୋର୍ଟ ଆସିଥିଲା । ଜୁନ ୧୬ରୁ ୨୦ ମଧ୍ୟରେ ସେ ସ୍ପେନରେ ସମୟ ଅତିବାହିତ କରିଥିଲେ । ଏହାପରେ ଜୁଲାଇ ୨ରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିଦିନ ଯୁବକଙ୍କର ବାମ ହାତରେ ଏକ ଦାନା ବିକଶିତ ହେଉଥିବା ଦେଖିବାକୁ ମିଳିଥିଲା । ତା’ପରଦିନ ତାଙ୍କ ତଣ୍ଟି, ମୁହଁ ଆଦି ବିଭିନ୍ନ ସ୍ଥାନରେ କିଛି ଚିହ୍ନ ଦେଖିବାକୁ ମିଳିଥିଲା । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ଯୁବକଙ୍କ ଏଚଆଇଭି ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା ।

Get real time updates directly on you device, subscribe now.