fbpx
BSKY
BJD MS SKY
BJD YOUTH SKY

ମନ କୀ ବାତ୍‌ ରାଜନୀତି ଠାରୁ ଊର୍ଦ୍ଧ୍ୱରେ ଏବଂ ଆମ ସଭ୍ୟତାର ଆଦର୍ଶକୁ ପ୍ରତିଫଳିତ କରିଥାଏ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀରେ ୧୦୦ତମ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପାଇଁ ଆୟୋଜିତ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ଧନଖଡ଼ କହିଛନ୍ତି, ଦେଶର ସଭ୍ୟତା ମୂଲ୍ୟବୋଧକୁ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପ୍ରତିଫଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦେଶର କୋଣ ଅନୁକୋଣରେ ପହଁଞ୍ଚିପାରିଛି ବୋଲି ସେ କହିଛନ୍ତି, ୨୦୪୭ ପାଇଁ ଦେଶର ଯାତ୍ରାକୁ ସଫଳ କରିବାରେ ଏହା ଏକ ମାଇଲଖୁଣ୍ଟି ଭାବେ ପ୍ରମାଣିତ ହେବ ବୋଲି ସେ କହିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କ ଭାବନାକୁ ବୁଝିଛନ୍ତି ଏବଂ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଜରିଆରେ ନାଗରିକମାନଙ୍କ ସଫଳତାକୁ ପ୍ରତିପାଦନ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ନେତାଭାବେ ପରିଚିତ ହେଇଛନ୍ତି ବୋଲି ଠାକୁର କହିଛନ୍ତି। ଆସନ୍ତା ୩୦ ତାରିଖରେ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ସମ୍ପୂର୍ଣ୍ଣ ହେବ। ଲୋକମାନେ ଆଗ୍ରହର ସହ ଏହି ଅଧ୍ୟାୟକୁ ଅପେକ୍ଷା କରିଛନ୍ତି ବୋଲି ଦର୍ଶାଇ ଶ୍ରୀ ଠାକୁର କହିଛନ୍ତି, ‘ମନ୍‍ କି ବାତ୍‍’ ଉପରେ ଶ୍ରୋତାମାନଙ୍କ ସର୍ଭେରୁ ଜଣାପଡ଼ିଛି।

୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଅତିକମ୍‍ରେ ଥରଟିଏ ହେଉ ପଛେ ଏହି କାର୍ଯ୍ୟକ୍ରକୁ ଶୁଣିଛନ୍ତି। ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି, ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଆକାଶବାଣୀର ଇତିହାସରେ ଅତ୍ୟଧିକ ଲୋକପ୍ରିୟ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଛି । ସେ କହିଛନ୍ତି, ୨୩ କୋଟି ଲୋକ ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ଶୁଣିଛନ୍ତି କିମ୍ବା ଦୂରଦର୍ଶନରେ ଦେଖିଛନ୍ତି ।

Get real time updates directly on you device, subscribe now.