fbpx

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ, ୨୭ା୪ (ଓଡିଶା ଭାସ୍କର): ପୁରୀରେ ଜଣେ ଯୁବକଙ୍କ ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ନଦୀବନ୍ଧରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଗଡ଼ବରପଦାର ଅର୍ଜୁନ ମହାପାତ୍ରଙ୍କ ପୁତ୍ର ଦିଲୁ ମହାପାତ୍ର । ବ୍ରାହ୍ମଣପାଟଣା ଗ୍ରାମର କିଛି ଲୋକ ଏହି ହତ୍ୟାରେ ସାମିଲ ରହିଥିବା ସୂଚନା ମିଳିଛି । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି । ଏହି ଘଟଣା ପରେ ଗଡ଼ବରପଦାର ଲୋକମାନେ ବ୍ରାହ୍ମଣପାଟଣା ଗାଁରେ ପଶି ଭଙ୍ଗାରୁଜା କରିଛନ୍ତି । ଗ୍ରାମରେ ଉତ୍ତେଜନା ଦେଖାଦେଇ ଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.