fbpx

ଫୋନରେ କାହା ସହ କଥା ହେଉଥିଲେ ଭାଉଜ, ରାଗରେ ବେକ କାଟିଦେଲା ଦିଅର

ନୂଆଦିଲ୍ଲୀ: ମଧପ୍ରଦେଶରର ଜବଲପୁର ସହରରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକି, ଭାଉଜ ଫୋନରେ କାହା ସହ କଥା ହେଉଥିଲେ । କିନ୍ତୁ ମୋବାଇଲରେ ଗପୁଥିବା ବ୍ୟକ୍ତିର ନାଁ ପଚାରିବାକୁ ସେ କହିବା ପାଇଁ ମନା କରିଥିଲେ । ଏଥିରେ ରାଗିଯାଇ ଅଭିଯୁକ୍ତ ଜଣକ ମହିଳାଙ୍କ ବେକ ଦାଆରେ କାଟି ହତ୍ୟା କରିଛି ।

ହନୁମନ୍ତଳ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଉମେଶ ଗୋଲାନି କହିଛନ୍ତି ଯେ, ଭନ୍ତାଲିୟା ଅଞ୍ଚଳରେ ରହୁଥିବା ଏହି ଅଭିଯୁକ୍ତ ରାଜା ଚକ୍ରବର୍ତ୍ତୀ ଦାଆରେ ନିଜ ଭାଉଜଙ୍କୁ ହତ୍ୟା କରିବା ପରେ ଦାଆ ସହିତ ଥାନାରେ ପହଞ୍ଚିଥିଲା । ଥାନାରେ ପହଞ୍ଚି ସେ ନିଜ ଭାଇଙ୍କ ପତ୍ନୀ ରୋଶନୀ(୩୨ ବର୍ଷ)ଙ୍କ ବେକ କାଟି ହତ୍ୟା କରିଥିବା ସ୍ୱୀକାର କରିଥିଲା । ରୋଶନୀ କାହା ସହ ମୋବାଇଲରେ କଥା ହେଉଥିବା ବେଳେ ରାଜା ହତ୍ୟା କରିଥିବା କହିଛି ।

ପୋଲିସର କହିବା ମୁତାବକ, ଯେବେ ରୋଶନୀ ମୋବାଇଲରେ ଗପୁଥିବା ବ୍ୟକ୍ତିର ନାଁ କହିବାକୁ ମନା କରିଥିଲେ, ସେବେ ରାଜା ତାଙ୍କୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତର ଘରେ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ଶବ ପଡିଥିବାର ଦେଖିବାକୁ ପାଇଥିଲେ ଓ ତାଙ୍କ ବେକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡ ସମୟରେ ପୀଡିତା ମହିଳାଙ୍କ ସ୍ୱାମୀ, ପିଲା ଓ ଅନ୍ୟ ସଦସ୍ୟ ଘରେ ନଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତକୁ ପଚରାଉଚରା କରୁଛି ।

 

Get real time updates directly on you device, subscribe now.