fbpx

୧୦ ଲକ୍ଷ ଖର୍ଚ୍ଚ କରି ବନାଇଲେ ୨୦ ଗାର୍ଲଫ୍ରେଣ୍ଡ, କିନ୍ତୁ ଯୁବକଙ୍କ ପାଖରେ ଡେଟିଂ ପାଇଁ ସମୟ ନାହିଁ

ବିଭିନ୍ନ ଦେଶରେ ଡେଟିଂକୁ ନେଇ ଭିନ୍ନ ଟ୍ରେଡିଂ ଚାଲିଛି । କିଛି ଜାଗାରେ ପୂରାତନ ଷ୍ଟାଇଲରେ ଡେଟିଂ ଚାଲୁଥିବା ବେଳେ ଆଉ କେତେକ ଜାଗାରେ ଆଧୁନିକ ଷ୍ଟାଇଲରେ ଚାଲୁଛି । ଆମେରିକାର ଜଣେ ଯୁବକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ୨୦ ଜଣ ଗାର୍ଲଫ୍ରେଣ୍ଡ ବନାଇଛନ୍ତି । ଯୁବକଙ୍କ ଉତ୍ତର ଶୁଣିଲେ ଆପଣ ବିସ୍ମିତ ହେବା ସ୍ୱାଭାବିକ ।

ଆମେରିକାରେ ରହୁଥିବା ସିଏଟ ସ୍କୋଲାଫ ନାମକ ଜଣେ ଯୁବକ ଏପରି କାର୍ଯ୍ୟ କରିଛନ୍ତି । ସିଏଟ ଚିକୋଗୋ ୟୁନିଭରସିଟିରୁ ଫିଲୋସଫି ଓ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି । ସିଏଟ ଗ୍ରାଜୁଏସନ କରୁଥିବା ସମରେ ତାଙ୍କର ହୃଦୟଙ୍ଗମ ହୋଇଥିଲା ଯେ, ଚାକିରି କରିବା ପରେ ତାଙ୍କୁ ଡେଟିଂ ପାଇଁ ସମୟ ମିଳିବନି । ତେଣୁ ସେ କଲେଜ ସରିବା ପରେ ବହୁତ ସୁନ୍ଦର ଯୁବତୀଙ୍କୁ ଡେଟ କରିବାରେ ସଫଳ ହୋଇଥିଲେ । ଏଥିପାଇଁ ସେ ଛଅ ମାସ ମଧ୍ୟରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତାରକା ହୋଟେଲରେ ରହିବା, ଖାଇବା, ଷ୍ଟାଟସ୍ ମେଣ୍ଟେନ କରିବା, ଡିଜାଇନ ବ୍ୟାଗ ଧରିବା ଆଦିରେ ପ୍ରଚୁର ଅର୍ଥ ବ୍ୟୟ କରିଥିଲେ । ଉଚ୍ଚ ଘରର ପୁରୁଷ ଓ ସ୍ତ୍ରୀ ଲୋକମାନେ ଆଜିକାଲି ଏପରି ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି । ଚାପରେ ରହୁଥିବା କର୍ମଜୀବୀଙ୍କ ପାଇଁ ଏହି ଲାଇଫ ଷ୍ଟାଇଲ ବେଷ୍ଟ ବୋଲି ସିଏଟ କହିଛନ୍ତି । ଏହା କୌଣସି ଖରାପ କାର୍ଯ୍ୟ ନୁହେଁ, କିନ୍ତୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମଧାରଣା ଆଜି ବି ରହିଛି ବୋଲି ସିଏଟ କହିଛନ୍ତି ।

Get real time updates directly on you device, subscribe now.