ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଛିି କ୍ରାଇମବ୍ରାଞ୍ଚ । ଏହାରି ମଧ୍ୟରେ ଶର୍ମିଷ୍ଠାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ପ୍ରମାଣ । ପ୍ରମାଣ ନଷ୍ଟ ପାଇଁ ଚଣ୍ଡିଖୋଲ ଯାଇଥିବାର ଫଟୋ ମିଳିଛି । ଟାଙ୍ଗୀ ବନ୍ଦାଳ ଟୋଲ ଗେଟରେ କାର ଯାଇଥିବାର ଫଟୋ ମିଳିଛି । ଡିଲିଟ ଫାଇଲ୍ ରିକଭରି ପାଇଁ ଫରେନ୍ସିକ ବିଭାଗକୁ ଅପେକ୍ଷା କରାଯାଇଛି । ଟାଙ୍ଗୀ ବନ୍ଦାଳ ଟୋଲ ଗେଟରେ ଶର୍ମିଷ୍ଠାଙ୍କ କାର୍ ନେଇ ମିଳିଛି ତଥ୍ୟ । ଫେବ୍ରୁଆରୀ ୯ ରାତିରେ କାର ଟୋଲ ଗେଟ ପାସ୍ କରିଥିବା ସ୍ପଷ୍ଟ ହୋଇଛି । ରାତି ୧୨ଟା ୨୮ରେ ଯାଇ ପୁଣି ୧ଟା ୫୯ରେ ଗେଟ୍ ପାସ୍ କରିଥିଲା କାର୍ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ତେବେ ଟୋଲ୍ ଗେଟରେ କାର୍ ଫଟୋ ଓ ସମସ୍ତଙ୍କ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସର ଶବ ନୟାଗଡ଼ରେ ପୋତିବା ପରେ ଜିନିଷ ଚଣ୍ଡିଖୋଲରେ ଫିଙ୍ଗିଥିଲେ । କୋଦାଳ, ଗଇଁତି, ଅଖା, ଚପଲ, ଇୟର ଫୋନ୍ ଆଦି ସେମାନେ ଚଣ୍ଡିଖୋଲରେ ଫିଙ୍ଗିଥିଲେ । ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଏସବୁ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ।

ଏହା ସହ ମାନସ ହତ୍ୟା ମାମଲାରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯିବ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ । ସମସ୍ତ ଅଭିଯୁକ୍ତଙ୍କର ଟିଆଇ ପରେଡ୍ ହେବ । ଟିଆଇ ପରେଡ୍ ମାଧ୍ୟମରେ ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ।