ମଙ୍ଗଳବାର ଏବଂ ଭରଣୀ ନକ୍ଷତ୍ରର ସଂଯୋଗରେ କରନ୍ତୁ ଏହି ଖାସ ଉପାୟ, ଜୀବନରେ ଚାଲିଥିବା ସମସ୍ୟା ହୋଇଯିବ ଦୂର

ଯଦି ଆପଣଙ୍କ ଜୀବନରେ ଚାଲିଛି ସମସ୍ୟା ତେବେ କରନ୍ତୁ ଏହି ମଙ୍ଗଳବାର ଉପାୟ

ଓଡ଼ିଶା ଭାସ୍କର: ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ପାଇଁ ଉତ୍ତମ। ଏହି ଦିନ ବଜରଙ୍ଗବାଲୀଙ୍କ ଉପାସନା କରିବା ଦ୍ୱାରା ଜୀବନର ସମସ୍ତ ସଂକଟ ଦୂର ହୋଇଯାଏ। ସେହିପରି ମଙ୍ଗଳବାର ରାତି ୨ଟା ୩୮ ମିନିଟ ପର୍ଯ୍ୟନ୍ତ ଭରଣୀ ନକ୍ଷତ୍ର ରହିବ।

ଭରଣୀର ଅର୍ଥ- ଭାରଣ-ପୋଷଣ କରିବା। ଏହି ନକ୍ଷତ୍ରର ସ୍ୱାମୀ ଶୁକ୍ରାଚାର୍ଯ୍ୟ। ଏହାର ୪ଟି ଚରଣ ମେଷ ରାଶିରେ ଅସେ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଏବଂ ଭରଣୀ ନକ୍ଷତ୍ରର ସଂଯୋଗରେ କରାଯାଉଥିବା ବିଶେଷ ଉପାୟ ବିଷୟରେ..

କ୍ୟାରିୟର: ଯଦି ଆପଣଙ୍କର କ୍ୟାରିୟର ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଟକି ଯାଇଛି, ତେବେ ମଙ୍ଗଳବାର ଦିନ ଅଁଳା ବୃକ୍ଷକୁ ତଳେ ମୁଣ୍ଡିଆ ମାରିବା ଆବଶ୍ୟକ। ଏହି ଗଛରେ ଜଳ ଅର୍ପଣ କରନ୍ତୁ। ଯଦି ଆପଣଙ୍କ ପାଖାପାଖରେ ଅଁଳା ବୃକ୍ଷ ମିଳୁନାହିଁ ତେବେ ଅଁଳା ବୃକ୍ଷର ଫଟୋ ବାହାର କରି ଆପଣ ପ୍ରଣିପାତ ହୋଇ ନିଜର ସମସ୍ତ ଦୁଃଖ କଥା ଜଣାନ୍ତୁ।

ବୈବାହିକ ଜୀବନରେ ସମସ୍ୟା: ଯଦି ଆପଣଙ୍କ ପ୍ରେମ ସଂପର୍କ ଅଥବା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଛି, ତେବେ ଆପଣ ମଙ୍ଗଳବାର ଦିନ ନିଜ ଘରେ ଧଳା ମୁରୁଜରେ ତ୍ରୀକୋଣୀୟ ଆକୃତି ବନାନ୍ତୁ।

ଏହି ତ୍ରୀକୋଣୀୟ ଆକୃତିରେ ଏକ ଅଁଳାର ରଖନ୍ତୁ ଏବଂ ଏହାକୁ ପୂଜା କରନ୍ତୁ। ଏହା ପର ଦିନ ଆପଣ ଏହି ଅଁଳାକୁ ଏକ ନିଛାଟିଆ ସ୍ଥାନରେ ବିସର୍ଜନ କରିଆସନ୍ତୁ।

ବିବାହ ସମସ୍ୟା: ଯଦି ଆପଣଙ୍କର ବିବାହ ହେଉନାହିଁ ତେବେ ମଙ୍ଗଳବାର ଦିନ ଆପଣଙ୍କୁ ମନ୍ଦିରରେ ଅଁଳା ଫଳ ଦାନ କରନ୍ତୁ। ଦେଖିବେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ।

ଅର୍ଥ ଅଭାବ: ଘରକୁ ଟଙ୍କା ପଇସା ଆସିବା ଲାଗି ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଦୀପ ଜଳାନ୍ତୁ ଏବଂ ନିଜର ଦୁଃଖ କଥା କୁହନ୍ତୁ। ଏହାପରେ ଆପଣ ବାହାରକୁ ଆସି ଅଭାବୀ ଲୋକଙ୍କୁ କିଛି ଦାନ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ।