fbpx

ମନୋଜ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି: କିଛିଦିନ ପୂର୍ବରୁ ରେଳବାଇ ସେବାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋଜ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ବା ଅଫିସର ଇନ୍ ସ୍ପେଶାଲ ଡ୍ୟୁଟି ଭାବେ ମନୋଜଙ୍କୁ ଦାୟିତ୍ୱ ଦିଆଯାଇଛି ।

ଗତ କିଛି ଦିନ ପୂର୍ବରୁ ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଥିଲେ । ଏନେଇ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଥିଲା। ତେବେ ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବିରେ କାର୍ଯ୍ୟ ଜାରି ରଖିବେ ବୋଲି ଆଶା କରାଯାଉଥିଲା ।

ମିଳିଥିବା ସୂଚନା ଅନୁସାରେ, ୧୯୯୯ ବ୍ୟାଚ୍ ଆଇଆରଟିଏସ୍ ମନୋଜ କୁମାର ମିଶ୍ର ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ। ‌ସେ ସଂପ୍ରତି ମୁଖ୍ୟମନ୍ତ୍ରୀଙ୍କ ଓଏସଡି,ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିସନର, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଓ ଓକାକ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜଣାଯାଇଛି।

Get real time updates directly on you device, subscribe now.