fbpx

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ଶିବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଜପ କରନ୍ତୁ ଏହି ମନ୍ତ୍ର

ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି । ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ସମୟରେ ପ୍ରଭୁଙ୍କୁ ଆରାଧନା କରିବା ପାଇଁ ମନ୍ତ୍ରର ଆବଶ୍ୟକତା ହୋଇଥାଏ । ଏହା ସହ ନିଜ ଜୀବନରେ ଚାଲିଥିବା ସମସ୍ୟା ଓ ବାଧାବିଘ୍ନକୁ ଦୂର କରିବା ପାଇଁ ପ୍ରଭୁଙ୍କୁ ବିଭିନ୍ନ ଉପାୟରେ ଡାକିଥାନ୍ତି ଭକ୍ତଗଣ । ତେଣୁ ଏଥିପାଇଁ ପ୍ରଭୁ ପ୍ରସନ୍ନ ହେବା ନିହାତି ଆବଶ୍ୟକ । ତେବେ ଶିବଙ୍କର କେଉଁ ମନ୍ତ୍ର ଜପ କଲେ ପ୍ରଭୁ ଆପଣଙ୍କ କଥା ଶୁଣିବେ ତାହା ଚାଲନ୍ତୁ ଜାଣିବା ।

ସାଧାରଣତଃ ଶିବ ଭକ୍ତମାନେ ଗୋଟିଏ ମନ୍ତ୍ର ଜାଣିଥାନ୍ତି । ସେହି ମନ୍ତ୍ରଟି ହେଉଛି ଓଁ ନମଃ ଶିବାୟ । ଏହି ମନ୍ତ୍ର ରୁଦ୍ରାକ୍ଷ ମାଳି ସାହାଯ୍ୟରେ ୧୦୮ ଥର ଜପ କରିଲେ ଭୋଳାନାଥଙ୍କର ଅପୂର୍ବ କୃପା ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ରଟି ଅଧିକ ଶକ୍ତିଶାଳୀ ମଧ୍ୟ । ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ସଂପୂର୍ଣ୍ଣ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବା ସହ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ତା’ ପରେ ଶିବଙ୍କ ପାଂଚମୁଖ ମନ୍ତ୍ର । ଏହି ମନ୍ତ୍ର ପଛରେ ବିଶେଷ କାରଣ ରହିଛି । ଦିନେ ମାତା ପାର୍ବତୀ ଶିବଙ୍କୁ ପଚାରିଲେ କଳିଯୁଗରେ କେଉଁ ମନ୍ତ୍ର ଜପ କଲେ ଜଣେ ପାପରୁ ମୁକ୍ତି ପାଇବ । ସେତେବେଳେ ଭଗବାନ ଶିବ ପାର୍ବତୀଙ୍କୁ ଉତ୍ତର ଦେଇଥିଲେ ମୁଁ ମୋ ପାଂଚଟି ମୁଖରୁ ମନ୍ତ୍ର ଉଚାରଣ କରୁଛି, ଏହାକୁ ଜପ କଲେ ଜଣେ ପାପରୁ ମୁକ୍ତି ପାଇପାରିବ । ଏହାପରେ ଶିବପଂଚାକ୍ଷର ମନ୍ତ୍ର । ଏହି ମନ୍ତ୍ରରେ ଋଷି ବାମଦେବ ଓ ସ୍ୱଂୟ ଶିବ ଅଛନ୍ତି । ଏହାକୁ ଶରଣାକ୍ଷର ମନ୍ତ୍ର ମଧ୍ୟ କୁହାଯାଇଥାଏ ।

ଓଁ ନମଃ ଶିବାୟର ଅର୍ଥ ହେଉଛି ଲୋକ ଘୃଣା, ତୃଷ୍ଣା, ସ୍ୱାର୍ଥ, ଲୋଭ, ଇର୍ଷା, କାମ କ୍ରୋଧ, ମୋହ, ମାୟା ମଧ୍ୟରେ ରହି ମଧ୍ୟ ପ୍ରେମ ଓ ଆନନ୍ଦରେ ପରିପୂର୍ଣ୍ଣ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୋଇପାରିବ । ଏହି ମନ୍ତ୍ରକୁ ଶୁକ୍ଳପକ୍ଷର ପ୍ରତିବଦା ତିଥିରୁ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ସବୁଦିନ ଜପ କରିଲେ ଆପଣ ଶିବ ପ୍ରାପ୍ତି ହୋଇପାରିବେ ।

Get real time updates directly on you device, subscribe now.