fbpx

ଭାରତୀୟ ଚା’ ଉତ୍ପାଦନକାରୀଙ୍କୁ ଝଟକା: ଏହି କାରଣ ଯୋଗୁଁ ଅନେକ ଦେଶ ଫେରାଇଲେ ସାମଗ୍ରୀ

ନୂଆଦିଲ୍ଲୀ : ଭାରତରେ ଚା’ ଉତ୍ପାଦନକାରୀଙ୍କ ପାଇଁ ଆସିଛି ନିରାଶାଜନକ ଖବର । ଭାରତୀୟ ଚା’ରେ କୀଟନାଶକ ଓ ରାସାୟନିକ ମାତ୍ରା ଅଧିକ ଥିବା ଜଣାପଡ଼ିବା ପରେ ଆନ୍ତର୍ଜାତିକ ଓ ଘରୋଇ ବଜାରରୁ ଚା’ର ଏକ ବଡ଼ ଧରଣର ରପ୍ତାନୀକୁ ଫେରାଇ ଦିଆଯାଇଛି । ଭାରତୀୟ ଚା’ ରପ୍ତାନୀକାରୀ ସଂଘର ଅଧ୍ୟକ୍ଷ ଅଂଶୁମାନ କନୋରିୟା ଏହି ସୂଚନା ଦେଇଛନ୍ତି ।

ଶ୍ରୀଲଙ୍କାରେ ଏବେ ଆର୍ଥିକ ସଂକଟ ଲାଗିଥିବା କାରଣରୁ ଭାରତ ପାଇଁ ଆନ୍ତର୍ଜାତିକ ବଜାରରେ ଚା’ ମାର୍କେଟିଂ କରିବାର ବଡ଼ ସୁଯୋଗ ଥିଲା । କିନ୍ତୁ ଆବଶ୍ୟକତା ଠାରୁ ଅଧିକ କୀଟନାଶକ ଓ ରାସୟନିକ ମିଶ୍ରଣ ଏହି ସୁଯୋଗକୁ ବଡ଼ ଝଟକା ଦେଇଛି । ତେବେ ଚା’କୁ କିଭଳି ବିଦେଶରେ ବିପୁଳ ରପ୍ତାନୀ କରାଯାଇପାରିବ ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ୨୦୨୧ରେ ଭାରତ ୧୯୫.୯୦ ମିଲୟନ୍ କେଜି ଚା’ ରପ୍ତାନୀ କରିଥିଲା । ଚଳିତ ବର୍ଷ ୩୦୦ ମିଲିୟନ୍ କେଜି ଚା’ ରପ୍ତାନୀ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.