fbpx

ବିହାର: ବିଷାକ୍ତ ମଦ ନେଲା ୧୭ଜୀବନ, ବିରୋଧୀଙ୍କ ପ୍ରଶ୍ନରେ ବିଧାନସଭାରେ ନିୟନ୍ତ୍ରଣ ହରାଇଲେ ନୀତିଷ

Advertisement

ନୂଆଦିଲ୍ଲୀ: ପୁଣିଥରେ ବିହାରରେ ମଦ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଛପରା ଅଧିନରେ ଥିବା ଭିନ୍ନ ଭିନ୍ନ ଥାନା ଅଞ୍ଚଳରେ ଘଟିଛି । ତେବେ ସରନ ଜିଲ୍ଲାର ଇସୁଆପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଡୋଇଲା ଗ୍ରାମରେ ବିଷାକ୍ତ ମଦ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ରାଜ୍ୟ ସରକାରଙ୍କ ମଦ ନିଷେଧ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଥିଲେ । ଏବଂ ଏହି ସମୟରେ ନୀତିଶ କୁମାର ରାଜ୍ୟସଭାରେ ଗର୍ଜିଥିବା ଦେଖିବାକୁ ମିଳିଛି ।

ବିହାର ବିଧାନସଭାରେ ମଦ ନିଷେଧକୁ ନେଇ ବିବାଦ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସଦସ୍ୟମାନଙ୍କୁ ଆକ୍ଷେପ କରି କହିଥିଲେ ଯେ ଆପଣମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ ଏବଂ ଏହାକୁ ସଫଳ କରିବା ପାଇଁ ଶପଥ ମଧ୍ୟ ନେଇଥିଲେ । ତେବେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଛପରା ଠାରେ ବିଷାକ୍ତ ମଦ ଯୋଗୁଁ ହୋଇଥିବା ମୃତ୍ୟୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମଦ ନିଷେଧ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହି ସମୟରେ ନୀତିଶ କୁମାର ରାଜ୍ୟସଭାରେ ନିଜର ନିୟନ୍ତ୍ରଣ ହରାଇଥିଲେ ।

 

ସୂଚନା ଅନୁସାରେ ଜିଲ୍ଲାର ମଶ୍ରାଖ, ଇସୁଆପୁର, ଅମାନୁର ଏବଂ ମଢୌରା ପୋଲିସ ଷ୍ଟେସନ ଅଞ୍ଚଳରେ ବିଷାକ୍ତ ମଦ ପାଇଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗତ ସୋମବାର ଦିନ କିଛି ଲୋକ ମଦ୍ୟପାନ କରିଥିବାବେଳେ କିଛି ଲୋକ ମଙ୍ଗଳବାର ରାତିରେ ମଦ୍ୟପାନ କରିଥିଲେ । ତେବେ ବର୍ତ୍ତମାନ ଡାକ୍ତରଖାନାରେ ପାଞ୍ଚ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ପାଇବା ମାତ୍ରେ ସଦର ଡାକ୍ତରଖାନାକୁ ପୋଲିସ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଥିଲା । ଶବ ବ୍ୟବଦେଚ୍ଛ ଛପରା ସଦର ଡାକ୍ତରଖାନାରେ କରାଯାଉଛି । ପ୍ରଶାସନ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.