fbpx

ଏହି ଦେଶରେ ଦୁଇଜଣ ଯୁବତୀଙ୍କୁ ବିବାହ କରିବା ବାଧ୍ୟତାମୂଳକ, ନଚେତ୍ ଭୋଗିବେ ଜେଲଦଣ୍ଡ

ବିବାହକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଜଣେ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବା ବାଧ୍ୟତାମୂଳକ । ପ୍ରାୟ ଦେଶରେ ଏକରୁ ଅଧିକ ବିବାହ କରିବାକୁ ଅପରାଧ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଏହି ଦେଶରେ ଦୁଇଟି ବିବାହ ନ କଲେ ତାହା ଅପରାଧ ବୋଲି ଗ୍ରହଣ କରାଯାଇଥାଏ । ଯଦି କୌଣସି ପୁରୁଷ ଦ୍ୱିତୀୟ ବିବାହ ପାଇଁ ଅରାଜି ହୁଏ, ତେବେ ତାକୁ ଆଜୀବନ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ । ଆଫ୍ରିକାର ଇରିଟ୍ରିଆ ନାମକ ଏକ ଏକ ଦେଶ ଅଛି, ଯେଉଁଠି ଦୁଇଜଣଙ୍କୁ ବିବାହ କରିବା ଜଣେ ପୁରୁଷ ପାଇଁ ମଜା ନୁହେଁ, ବରଂ ସଜ୍ଜା ବୋଲି କୁହାଯାଏ ।

ତେବେ ଇରିଟ୍ରିଆରେ ଲାଗୁ ହୋଇଥିବା ଅଜବ ନିୟମ ପଛରେ ଏକ ବଡ଼ କାରଣ ରହିଛି । ଏଠାରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅପେକ୍ଷା ବହୁତ କମ୍ । ତେଣୁ ଜଣେ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବାକୁ କୁହାଯାଇଥାଏ । ଇରିଟିଆରେ ଅନେକ ସମୟରେ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଥାଏ । ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଇରିଟ୍ରିଆରେ ଚାଲିଥିବା ଗୃହଯୁଦ୍ଧରେ ଦେଢ଼ ଲକ୍ଷ ସୈନିକ ମୃତ୍ୟୁବରଣ କରିଥିଲେ । ଗୃହଯୁଦ୍ଧ ସମୟରେ ମହିଳାମାନେ ଘରେ ଏକା ରହିଥାନ୍ତି । ତେଣୁ ମହିଳାଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟରେ ପୁରୁଷମାନେ ଦୁଇଜଣଙ୍କୁ ବିବାହ କରିଥାନ୍ତି । ଦିନକୁ ଦିନ ଦେଶରେ ପୁରୁଷଙ୍କ ସଂଖ୍ୟା କମୁଥିବା ବେଳେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ତେଣୁ ମହିଳାଙ୍କୁ ସୁରକ୍ଷା ଓ ଲିଙ୍ଗଗତ ସମାନୁପାତ ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.