ଦୁଇ ଦଶନ୍ଧି ପରେ ଜଣାପଡିଲା ମଙ୍ଗଳରେ ବୁଢିଆଣୀ ଜାଲର ରହସ୍ୟ!
ମଙ୍ଗଳ ଗହର ଦକ୍ଷିଣକୁ ଦେଖାଯାଉଥିବା ଏହି ଚିତ୍ର ବୁଢିଆଣୀ ଜାଲର ପରି ଦେଖାଯାଉଥିଲେ ମଧ୍ୟ ଏହା ପକୃତରେ ବୁଢିଆଣୀ ଜାଲର ନୁହେଁ । ହେଲେ ଏହାର ଏଭଳି ଆକୃତିକୁ ନେଇ ବୈଜ୍ଞାନିକ ମାନେ ଏହାର ନାମ “araneiforms” ରଖିଥିଲେ ଯାହାର ଅର୍ଥ ହେଉଛି ବୁଢିଆଣୀ ପରି ଦେଖାଯାଉଥିବା । ଖାଲି ସେତିକି ନୁହେଁ ଏହାକୁ ପ୍ରମାଣ କରିବାକୁ ବୈଜ୍ଞାନିକଙ୍କୁ ୨ ଦଶନ୍ଧି ସମୟ ମଧ୍ୟ ଲାଗିଥିଲା ।
ପ୍ରାୟ ୩୩୦୦ ଫୁଟ ଅର୍ଥାତ ୧ କିଲୋମିଟର ପର୍ଯ୍ୟନ୍ତ ମାପିବା ପରେ ମଧ୍ୟ ଏହା ପୃଥିବୀର କୌଣସି ବସ୍ତୁ ସହ ମେଳ ଖାଉନଥିଲା । ମାତ୍ର ମାର୍ଚ୍ଚ ୧୯ରେ Scientific Reports ପତ୍ରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ମଙ୍ଗଳ ଗହରେ ଦେଖାଯାଉଥିବା ଏହି ସଙ୍କୋଚନର ଏକ ପ୍ରତିକାତ୍ମକ ସଂସ୍କରଣ ପରୀକ୍ଷାଗାରରେ ବନାଇଥିଲେ । Carbon Dioxide (ଡ୍ରାଏ ଆଇସ) ଏବଂ ଏକ ମେସିନ ଦ୍ୱାରା ଯାହା ମଙ୍ଗଳର ବାତାବରଣ ଭଳି ବାତାବରଣ ସୃଷ୍ଟି କରିପାରେ । ଯେତେବେଳେ ଏହି ଡ୍ରାଏ ଆଇସ ମଙ୍ଗଳର ଗରମ ପୃଷ୍ଠ ପରି ପୃଷ୍ଠ ସହ ସ୍ପର୍ଶ କରାଗଲା, ଏହି ଡ୍ରାଏ ଆଇସ ତତକ୍ଷଣାତ ଏହାର ରୂପ ପରିବର୍ତନ କରି କଠିନରୁ ଗ୍ୟାସକୁ ପରିବର୍ତ୍ତିତ ହୋଇଥିଲା ଯାହାକୁ Sublimation ମଧ୍ୟ କହଯାଏ । ଏବଂ ଏହି ଗ୍ୟାସ ବରଫ ସହ ଆଗକୁ ଠେଲିହେବା ସହ ଏଭଳି ଆକୃତି ତିଆରି କରିଥାଏ ।
Lauren McKeown, ତଥା ଇଂଲଣ୍ଡ ଓପନ ୟୁନିଭରସିଟିର ଗ୍ରହ ବିଶେଷଜ୍ଞ କହିଛନ୍ତି “ଏହି ପରୀକ୍ଷଣ ଦ୍ୱାରା ଅମାକୁ ଏହା ଜଣାପଡୁଛି କି ଏହି ବୁଢିଆଣୀ ଜାଲ ଆକୃତିର ଚିତ୍ର ମଙ୍ଗଳ ଗ୍ରହର ଭୁମିରେ ଡ୍ର୍ରାଏ ଆଇସ କଠିନରୁ ଗ୍ୟାସକୁ ପରିବର୍ତ୍ତିତ ହେବା ଯୋଗୁଁ ହୋଇଥାଇପାରେ ।” ପରୀକ୍ଷାମୂଳକ ଭାବେ କରାଯାଇଥିବା ଏହି ଗବେଷଣା ଦ୍ୱାରା ମଙ୍ଗଳର ମେରୁରେ ଥିବା ଭମିକୁ ପରିବର୍ତ୍ତନ କରାଯାଇପାରେ ।
ନାସାର ତଥ୍ୟ ଅନୁଯାୟୀ ମଙ୍ଗଳର ବାୟୁମଣ୍ଡଳରେ ୯୫% Carbon Dioxide (O2) ରହିଛି । ଏହା ଛଡା ଏଠାରେ ଆହୁରି ବରଫ ଥାଏ ଯାହା ଶୀତ ଦିନରେ ଗ୍ରହର ମେରୁରେ ଦେଖାଯାଇଥାଏ ତାହା ମଧ୍ୟ CO2 ରେ ଗଠିତ । ୨୦୦୩ର ଏକ ଗବେଷଣା ଅନୁଯାୟୀ , ମଙ୍ଗଳରେ ଦେଖାଯାଉଥିବା ଏହି ବୁଢିଆଣୀ ଆକୃତି ବସନ୍ତ ସମୟରେ ହୋଇଥାଏ, ଯେତେବେଳେ ସୂର୍ଯ୍ୟତାପ ସ୍ପଳ୍ପାଲୋକ ଭେଦ୍ୟ ସ୍ତର CO2 ଦେଇ ଭୁମିରେ ପଡିଥାଏ, ତାପ ଯୋଗୁଁ ବରଫ ତାର ରୂପ ପରିବର୍ତ୍ତନ କରେ ଏବଂ ଏଥିରେ ଫାଟ ସୃଷ୍ଟି ହୋଇଥାଏ । ଏଥିରୁ ଗ୍ୟାସ ନିର୍ଗତ ହୋଇଥାଏ ଏବଂ ଏହି ଗ୍ୟାସ ଏପରି ବୁଢିଆଣୀ ଜାଲ ପରି ଆକୃତି ତିଆରି କରେ ।
ମାତ୍ର ଏବେ ଏକ ନୂତନ ଗବେଷଣା ପାଇଁ ବୈଜ୍ଞାନିକମାନେ ମଙ୍ଗଳର ଭୁପୃଷ୍ଠ ପରି ଏକ ଭୁପୃଷ୍ଠ ମେସିନ ମାଧ୍ୟମରେ ତିଆରି କରିଥିଲେ । ଏହି କୋଠରୀ ଭିତରେ ବିଭିନ୍ନ ମଙ୍ଗଳ ପୃଷ୍ଠର ଦେଖାଯାଉଥିବା ଆକୃତିର ପଥର ଏବଂ ଖାଦ ରଖିଥିଲେ, ଏହାପରେ ଏକ ମେସିନ ସାହାଯ୍ୟରେ ଡ୍ରାଏ ଆଇସକୁ ସେହି କୋଠରୀ ପ୍ରବେଶ କରାଇଥିଲେ । ଏବଂ ଏହି କୋଠରୀକୁ ମଙ୍ଗଳର ପରିବେଶ ପରି କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ସେହି ଡ୍ରାଏ ଆଇସକୁ ସେହି କୋଠରୀ ଭିତରେ ମଙ୍ଗଳର ଭୁପୃଷ୍ଠ ପରି କରାଯାଇଥିବା ପୃଷ୍ଠରେ ସ୍ପର୍ଶ କରାଇଥିଲେ ।
ଏହି ପରୀକ୍ଷଣରୁ ପ୍ରମାଣ ହୋଇଥିଲା କି ମଙ୍ଗଳ ପୃଷ୍ଠରେ ଥିବା ଏହି ବୁଢିଆଣୀ ଆକୃତି ଏହି ପ୍ରକ୍ରିୟାରେ ତିଆରି । ଯେତେବେଳେବି ଏହି ଡ୍ରାଏ ଆଇସ ପୃଷ୍ଠ ସଂସ୍ପର୍ଶରେ ଆସେ ତାହା ରୂପ ପରିବର୍ତ୍ତନ କରିଥାଏ ଏବଂ ଏହିଗଳି ପୁଢିଆଣୀ ଆକୃତି ତିଆରି କରିଥାଏ । ଗବେଷଣାକାରୀ ମାନେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ସମତଳ ପୃଷ୍ଠ ଥାଏ ଏହି ଜାଲି ଅଧିକ ବାଟ ପର୍ଯ୍ୟନ୍ତ ଯାଇଥାଏ । ଏବଂ ଯେତେବେଳ ଆବଡା ଖାବଡା ପୃଷ୍ଠ ଥାଏ ଏହା କମ ବାଟ ଗତି କରେ ।
ନିଶ୍ଚିତ ଭାବରେ ନହେଲେ ମଧ୍ୟ ଏହି ପରୀକ୍ଷଣ ମଙ୍ଗଳ ପୃଷ୍ଠରେ ଥିବା ଏହି ବୁଢିଆଣୀ ଆକୃତିର ଏକ ଯୁକ୍ତି ଯୁକ୍ତ ପ୍ରମାଣ ଦେଉଛି ।