fbpx

ନିଜର ସବୁ କାରର ଦାମ ବଢାଇଲା ମାରୁତି ସୁଜୁକି, ଜାଣନ୍ତୁ କେବେ ଲାଗୁ ହେବ ନୂତନ ମୂଲ୍ୟ

ନୂଆଦିଲ୍ଲୀ : ମାରୁତି ସୁଜୁକି ଇନପୁଟ କଷ୍ଟରେ ବୃଦ୍ଧି କାରଣରୁ ନିଜର ସମସ୍ତ ମୋଡେଲର ଦାମ ବଢାଇବାକୁ ଘୋଷଣା କରିଛି । ମାରୁତିର ନୂତନ ଦାମ ସେପ୍ଟେମ୍ବରରୁ ସମସ୍ତ ଡିଲର୍ସଙ୍କ ଉପରେ ଲାଗୁ ହୋଇଯିବ । କମ୍ପାନୀ ନୂତନ ରେଟର ସୂଚନା ରେଗୁଲାଟରି ଫାଇଲିଙ୍ଗରେ ଉପଲବ୍ଧ କରିଛି ।

କଣ ପାଇଁ ବଢିଲା ଗାଡିର ଦାମ

ମାରୁତି ସୁଜୁକି ଅନୁଯାୟୀ ଗତ ଏକ ବର୍ଷରେ ବିଭିନ୍ନ ଉପକରଣର ଦାମ ବଢିବା କାରଣରୁ କମ୍ପାନୀ ସମସ୍ତ ମୋଡେଲ ଗାଡିର ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ କମ୍ପାନୀର କହିବା କଥା ଗାଡିର ବର୍ଦ୍ଧିତ ଦାମର ଅତିରିକ୍ତ ବୋଝ ଗ୍ରାହକଙ୍କ ଉପରେ ପଡିବ । ମାତ୍ର କମ୍ପାନୀ ମଧ୍ୟ ନିଜ ଖର୍ଚ୍ଚକୁ ପୂରା କରିବା ପାଇଁ ଗାଡିର ଦାମ୍ ବଢାଇବାକୁ ବାଧ୍ୟ ବୋଲି କହିଛି ।

ମାରୁତି ଇନପୁଟ ବଜେଟରେ ବଢୁଥିବା ଖର୍ଚ୍ଚ କାରଣରୁ ଜୁଲାଇରେ ମଧ୍ୟ ସ୍ୱିଫ୍ଟ ଓ ସମସ୍ତ ସିଏନଜି ମୋଡେଲର ଦାମ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା । ଏହି ସବୁ ନୂତନ ମୂଲ୍ୟ କମ୍ପାନୀ ଜୁଲାଇ ମାସରୁ ଲାଗୁ କରି ଦେଇଥିଲା ।

ମାରୁତି ହ୍ୟାଚବ୍ୟାକ, ସେଡାନ ଓ ଏସୟୁଭି କାରର ସେଗମେଣ୍ଟରେ ଦେଶର ସବୁଠୁ ବଡ ନିର୍ମାତା କମ୍ପାନୀ । ମାରୁତିର ଏଣ୍ଟ୍ରି ଲେବଲ କାର ଓଲଟୋର ଏକ୍ସ ଶୋରୁମ ମୂଲ୍ୟ ୨ ଲକ୍ଷ ୯୯ ହଜାର ରହିଛି । ଏହାର ଏସୟୁଭି କାର ଏସ କ୍ରସର ଦାମ ୧୨ ଲକ୍ଷ ୩୯ ହଜାର ଟଙ୍କା ରହିଛି ।

Get real time updates directly on you device, subscribe now.