fbpx

ମନ ମୋହୁଛି ଜଙ୍ଗଲୀ ଛତୁର ଡିସ୍, ଚାହିଦା ବଢିବା ସହ ପଶାରା ମେଲାଇଛନ୍ତି ବେପାରୀ

କୋରାପୁଟ: ଲଗାଣ ବର୍ଷାରେ ଜୟପୁରରେ ଲାଗିଛି ଛତୁର ଆସରା । ଏବେ ଘରେ ଘରେ ହାଣ୍ଡିଶାଳରେ ପ୍ରସ୍ତୁତ ଛତୁର ବିଭିନ୍ନ ପ୍ରକାର ଡିସ । ପୂର୍ବରୁ କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଆଦିବାସୀଙ୍କ ପ୍ରିୟ ଭୋଜନ ରହିଥିଲା ଏହି ଜଙ୍ଗଲୀ ଛତୁ । କିନ୍ତୁ ବର୍ତ୍ତମାନ ସହରୀ ଲୋକଙ୍କୁ ମଧ୍ୟ ଏହା ଆକୃଷ୍ଟ କରିଛି । ଛତୁକୁ ନେଇ ବିଭିନ୍ନ ଡିସ୍ ତିଆରି ହେଉଥିବା ବେଳେ ଏହା ଲୋକଙ୍କ ସ୍ପେଶାଲ ଆଇଟମ ହୋଇଛି ।

ବିଶେଷ କରି ଲଗାଣ ବର୍ଷା ରେ ହେଉଥିବା ଶ୍ରାବଣ ଛତୁ କୋରାପୁଟ ଜିଲ୍ଲାରେ ଲୋକଙ୍କ ଏକ ମନ ପସନ୍ଦିଆ ଖାଦ୍ୟ ଭାବେ ବେସ ଚର୍ଚ୍ଚାରେ ରହିଛି । ବର୍ଷା ଦିନରେ କେବଳ ଶ୍ରାବଣ ଛତୁ ନୁହେଁ ବଡା, ପାଳ, ବାଲି ଛତୁ ଭଳି ଅନେକ ଛତୁ ବଜାରକୁ ଆସିଥାଏ । କିନ୍ତୁ ଶ୍ରାବଣ ଛତୁ ଏ ସମସ୍ତ ଠାରୁ ଟିକେ ଭିନ୍ନ ଏବଂ ଏହା ସ୍ଵାଦରେ ଯେମିତି, ଦର ମଧ୍ୟ ଏହାର ଠିକ ସେମିତି । ବର୍ଷା ଆରମ୍ଭରେ କେବଳ ଶ୍ରାବଣ ମାସରେ ପ୍ରାକୃତିକ ଉପାଯରେ ହେଉଥିବା ହେତୁ ଜଙ୍ଗଲ ଏବଂ ପାହାଡିଆ ପରିବେଶରେ ଫୁଟିଥାଏ । ତେବେ ଏହା ବର୍ତ୍ତମାନ କୋରାପୁଟିଆଙ୍କ ସହ ସାରା ରାଜ୍ୟବାସୀଙ୍କ ପାଇଁ ଏକ ଜଙ୍ଗଲୀ ଖାଦ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହାକୁ କିଣିବା ପାଇଁ ଏବେ କୋରାପୁଟ ବଜାରରେ ଭିଡ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ଶ୍ରାବଣ ଛତୁ ଖାସ କରି କୋରାପୁଟ ଜିଲାର ଗୁପ୍ତେଶ୍ଵର ,ଖଛଚପାରିଗୁଡା ଓ ବନ୍ଧୁଗାଁ ଅଞ୍ଚଳରେ ବେଶ ଆଦାୟ ହୋଇଥାଏ । କିନ୍ତୁ ଏ ଅଞ୍ଚଳର ଲୋକମାନେ ବଜାରକୁ ଆଣି ଏହି ଛତୁ ବିକିବା ପାଇଁ ଯାତାୟାତର ଅସୁବିଧା ହୋଇଥାଏ । ତେଣୁ ସ୍ଥାନୀୟ ବଜାରର ବେପାରୀ ମାନେ ବୁଲି ବୁଲି ଏହି ଛତୁକୁ ସଂଗ୍ରହ କରିବା ସହିତ ନିଜ ଖର୍ଚ୍ଚରେ ବଜାରକୁ ଛତୁ ବିକ୍ରି କରିଥାନ୍ତି । ପ୍ରଥମ ପର୍ୟ୍ୟାୟରେ କିଲୋ ପ୍ରତି ଦର ରହିଥିଲା ପ୍ରାୟ ୨୦୦୦ ଟଙ୍କା । କିନ୍ତୁ ବଜାରରେ ଦିନକୁ ଦିନ ଏହାର ମାତ୍ରା ବଢିବା ପରେ ଏହା ବର୍ତ୍ତମାନ କିଲୋ ପ୍ରତି ୫୦୦ ରୁ ୬୦୦ ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ଏହି ଆଦିବାସୀ ବେପାରୀଙ୍କ ପାଇଁ କୌଣସି ସ୍ଥାୟୀ ବଜାରର ବ୍ୟବସ୍ଥା କରା ଯାଇନାହିଁ । ତେଣୁ ଯଦି ଭବିଷ୍ୟତରେ ଏହି ଆଦିବାସୀ ବେପାରୀଙ୍କ ପାିଁ ସ୍ଥାଇ ଏହାର ବ୍ୟବସ୍ଥା କରାଯାଏ, ତେବେ ଏହି ଜଙ୍ଗଲ ଜାତୀୟ ଖାଦ୍ୟର ଚାହିଦା ବଢିବା ସହିତ ଅନେକ ଉପାନ୍ତର ଆଦିବାସୀ ମାନେ ମଧ୍ୟ ନିଜ ରୋଜଗାର ମାଧ୍ୟମକୁ ଆହୁରି ସୁଦୃଢ କରି ପାରିବେ ।

Get real time updates directly on you device, subscribe now.