ନୂଆଦିଲ୍ଲୀ: ଇରାନର ପୋର୍ଟ ବନ୍ଦର ଆବାସରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୦୦ ଜଣ ଆହତ ହୋଇଛନ୍ତି। ଏକ ଅଏଲ୍ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ଜଣାପଡିଛି।
ପୂର୍ବରୁ, ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ ହାସନଜାଦେହ ଇରାନର ସରକାରୀ ଟେଲିଭିଜନକୁ କହିଥିଲେ ଯେ ବିସ୍ଫୋରଣରେ କିଛି ଲୋକ ଆହତ ହୋଇଛନ୍ତି।
ମେହରଦାଦ ହାସନଜାଦେହ କହିଛନ୍ତି ଯେ, ସହରର ରାଜାଇ ବନ୍ଦରରେ କଣ୍ଟେନରରେ ବିସ୍ଫୋରଣ ଘଟିଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଚାରିଆଡ କଳା ଧୁଆଁମୟ ହୋଇଯାଇଥିଲା। ରାଜାଇ ବନ୍ଦର ମୁଖ୍ୟତଃ କଣ୍ଟେନର ଟ୍ରାଫିକ ପରିଚାଳନା କରେ ଏବଂ ଏଥିରେ ତେଲ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ପେଟ୍ରୋକେମିକାଲ୍ ସୁବିଧା ମଧ୍ୟ ରହିଛି। ୨୦୨୦ ମସିହାରେ ରାଜାଇ ବନ୍ଦର ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥିଲା।