fbpx

ପାଟନାରେ ଜଳୁଛି ହୋଟେଲ, ଫସି ରହିଛନ୍ତି ଅନେକ ଲୋକ

ପାଟନା: ପାଟନା ଜଙ୍କସନ ନିକଟରେ ଥିବା ଏକ ହୋଟେଲ ସହ ରେଷ୍ଟୁରାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଯିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ବହୁ ଫାୟାର ବ୍ରିଗେଡ୍ ଗାଡି ଘଟଣାସ୍ଥଳେରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁ ଲାଗି ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ଭାବରେ ଜଳିଯାଇଛି । ସେହିପରି ହୋଟେଲ ବି ସଂପୂର୍ଣ୍ଣ ଭାବରେ ନିଆଁ ଘେରରେ ଆସିଯାଇଛି ।

ଏହି ଘଟଣା କୋତୱାଲି ଥାନା ଅଞ୍ଚଳରେ ଘଟିଛି । ହୋଟେଲ ତଳେ ଥିବା ବହୁ ଗାଡି ବି ନିଆଁରେ ଜଳିଯାଇଛି ଓ ଏଥିରେ ଜଣେ ମହିଳା ବି ଗୁରୁତର ହୋଇଛନ୍ତି । ଏବେ ବି ବହୁ ଲୋକ କୋଠାରେ ଫସି ରହିଥଇବା କଥା କୁହାଯାଉଛି । ଫାୟାର ବ୍ରିଗେଡ୍ ଟିମ୍ ପକ୍ଷରୁ କୋଠାରୁ ବହୁ ଲୋକଙ୍କୁ ବେହୋସ ଅବସ୍ଥାର ଉଦ୍ଧାର କରାଯାଇଛି ।

ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳରେ ବିଜୁଳି କାଟ୍ କରିଦିଆଯାଇଛି । ଏହା ସହିତ ଟ୍ରାଫିକ୍ ବି ବନ୍ଦ କରିଦିଆଯାଇଛି । କୋଠାରେ ଫସି ରହିଥିବା ପ୍ରାୟ ୨ ଡର୍ଜନରୁ ଅଧିକ ଲୋକଙ୍‌କୁ କାଢି ବାହାର କରିବା ପାଇଁ ହାଇଡ୍ରୋଲିକ୍ କ୍ରେନର ସହାୟତା ନିଆଯାଉଛି ।

Get real time updates directly on you device, subscribe now.