ମାଷ୍ଟରକ୍ୟାଣ୍ଟିନ ନାଁ ବଦଳିବ, ସରକାରୀ ସ୍ତରରେ ଚାଲିଛି ବିଚାର ବିମର୍ଷ

ଭୁବନେଶ୍ୱର: ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନା ନାମ । ଇଂରେଜ ଅମଳରୁ ଥିବା କିଛି ନାଁ ବଦଳିବ ।

ନାଁ ବଦଳିବା ନେଇ ବିଚାର ବିମର୍ଷ ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଖୁବଶୀଘ୍ର ଏ ଦିଗରେ କାର୍ଯ୍ୟ କରାଯିବ । ଇଂରେଜ ଅମଳରୁ ଥିବା ନାଁ ଗୁଡ଼ିବ ବଦଳାଯାଇ ଓଡ଼ିଆ ନାଁ ରଖାଯିବ ।

ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଏ କାର୍ଯ୍ୟ କରୁଥିବାବେଳେ ଆଉ ମାତ୍ର କେଇଟା ଦିନ ପରେ ମୋହନ ସରକାରଙ୍କୁ ପୂରିବାକୁ ଯାଉଛି ବର୍ଷେ ।