ମୌଲାନାଙ୍କ ଅଜବ କାରନାମା; ମଦ୍ରାସା ନାଁରେ ଚାଲିଥିଲା ଠକେଇ, ଲୋକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିରୀହ ଲୋକଙ୍କ ବିଶ୍ୱାସର ଫାଇଦା ଉଠାଇ ଠକମାନେ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ।

ଡିଜିଟାଲ ଆରେଷ୍ଟ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଉତ୍ତର ପ୍ରଦେଶ କାନପୁର କର୍ଣ୍ଣଲଗଞ୍ଜ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏକ ଅନଲାଇନ୍ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ।

ଦିଲ୍ଳୀ ହ୍ୟାକର ସାମିଲ:

ଡିସିପି(ସେଣ୍ଟର) ଦିନେଶ କୁମାର ତ୍ରିପାଠିଙ୍କ କହିବାନୁଯାୟୀ ଏହି ଗ୍ୟାଙ୍ଗ୍ ମଦ୍ରସା ନାଁରେ ଲୋକଙ୍କୁ ଠକି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ । ଏହି ଗ୍ୟାଙ୍ଗରେ ଦିଲ୍ଲୀ ହ୍ୟାକର୍ସ ମଧ୍ୟ ସାମିଲ ଅଛନ୍ତି । ପ୍ରାଥମିକ ତଦନ୍ତରୁ ପ୍ରକାଶ କି ଠକମାନେ ଉତ୍ତରପ୍ରଦେଶ ବିଭିନ୍ନ ଜିଲ୍ଳାର ଲୋକଙ୍କୁ ନିଜ ଟାର୍ଗେଟ କରୁଥିଲେ ।

କେତେ ଟଙ୍କାର ଫ୍ରଡ୍ ?

ଅଭିଯୁକ୍ତ ମୌଲାନା ମଦ୍ରାସାରେ ପିଲାଙ୍କୁ ପାଠ ପଢ଼ାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରୁଥିଲେ । ଏହି ଗ୍ୟାଙ୍ଗଙ୍କ ଆକାଉଣ୍ଟରେ ୩୨ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ କାରବାର କରାଯାଇଥିବା ଜଣାପଡ଼ିଛି ।