ହସ୍ପିଟାଲ ବେଡ୍‌ରୁ ଫଟୋ ସେୟାର କରି ମୟଙ୍କ ରଖିଲେ ପ୍ରଥମ ବୟାନ , କହିଲେ ଏପରି କିଛି..

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଖେଳାଳି ମୟଙ୍କ ଅଗ୍ରୱାଲ ଯିଏକି ବର୍ତ୍ତମାନ ରଣଜୀ ସିଜନରେ କର୍ଣ୍ଣାଟକ ଟିମ୍‌ରୁ ଖେଳୁଛନ୍ତି ସେ ଫ୍ଲାଇଟରେ ଯାତ୍ରା ସମୟରେ କୌଣସି ସନ୍ଦିଗ୍ଧ ପାନୀୟ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ମୟଙ୍କଙ୍କ ସମସ୍ତ ଫ୍ୟାନ୍ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ଏବେ ନିଜେ ମୟଙ୍କ ସୋସିଆଲ ମିଡିଆରେ ନିଜର ବୟାନ ରଖିଛନ୍ତି ଯାହା ପରେ ସମସ୍ତଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ମୟଙ୍କ କହିଛନ୍ତି ଏବେ ସେ ପୂର୍ବାପେକ୍ଷା ଭଲ ସ୍ଥିତିରେ ଅଛନ୍ତି । ମୟଙ୍କ ଏହି ମାମଲାରେ ପୋଲିସରେ ବି ଅଭିଯୋଗ କରିଛନ୍ତି ।

ମୟଙ୍କ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ନଜର ଆସୁଛି । ସେ ଲେଖିଛନ୍ତି କି ଏବେ ମୁଁ ପୂର୍ବାପେକ୍ଷା ଟିକେ ଭଲ ଅନୁଭବ କରୁଛି । ଖୁବ୍ ଶୀଘ୍ର ମୁଁ ପୁଣି ପଡିଆକୁ ଫେରିବି ଓ ଆପଣମାନଙ୍କ ପ୍ରାର୍ଥନା ଓ ଭଲପାଇବା ଲାଗି ବହୁତ ବହୁତ ଧନ୍ୟବାଦ ।

ତେବେ ଏହି ମାମଲାରେ ମୟଙ୍କ ଯେଉଁ ଅଭିଯୋଗ କରିଛନ୍ତି ସେଥିରେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି ବୋଲି ସେ ଲେଖିଛନ୍ତି । ମୟଙ୍କ ଅଭିଯୋଗ କରିଛନ୍ତି କି ସେ ଏକ ପାଉଚରୁ ପାନୀୟ ପିଇଥିଲେ ଯାହା ତାଙ୍କ ବିମାନ ସିଟ୍ ଉପରେ ରଖାଯାଇଥିଲା । ଏହା ପିଇବା ପରେ ହିଁ ସେ ଅସୁସ୍ଥ ହୋଇ ପଡିଥିଲେ । ଏବେ ମୟଙ୍କ ଅଗରତଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଠାରେ ତାଙ୍କର ସ୍ଥିତି ସୁଧୁରିବା ପରେ ତାଙ୍କୁ ବେଙ୍ଗାଲୁର ଅଣାଯିବ । କିନ୍ତୁ ତାଙ୍କ ପାଇଁ ଆଗାମୀ ରଣଜୀ ଟ୍ରଫି ଖେଳିବା ମୁସ୍କିଲ ହୋଇଯିବ ବୋଲି କୁହାଯାଉଛି ।