ହାରିକି ବି ଡ୍ରାମା କରୁଛି ପାକିସ୍ତାନ, ପରମାଣୁ ବ୍ଳାକମେଲିଂ ସହ୍ୟ କରାଯିବନି: MEA

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତ ପକ୍ଷରୁ କରାଯାଇଥିବା ଅପରେଶନ୍ ସିନ୍ଦୂର ସମ୍ପର୍କରେ ବୈଦେଶୀକ ମନ୍ତ୍ରଣାଳୟ (Ministry of External Affairs/MEA) ପକ୍ଷରୁ ପ୍ରେସ୍ ମିଟ୍ କରାଯାଇଛି ।

ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶ୍ୱାଲ କହିଛନ୍ତି, ଜମ୍ମୁ-କଶ୍ମୀର ସହିତ ଜଡ଼ିତ ଯେ କୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ । ସିନ୍ଦୁ ଚୁକ୍ତି ଏବେ ବି ରଦ୍ଦ ରହିବ ।

ପକିସ୍ତାନ ପିଓକେ ଖାଲି କରିବା ଦାବିରେ ଭାରତ ଅଟଳ । ଆମର ଏକ ଦୀର୍ଘକାଳୀନ ଭାରତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ବାକିଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା

ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳ ମୁକ୍ତ କରିବା ପାଇଁ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅସ୍ତ୍ରବିରତି ଅନୁରୋଧ ପ୍ରଥମେ ପାକିସ୍ତାନ କରିଥିଲା ।

ଅନ୍ୟପକ୍ଷେ ଆମେରିକା ସହ ବାଣିଜ୍ୟ କଥା ହୋଇ ନ ଥିବା କହିଛନ୍ତି ରଣଧୀର । ଭାରତ-ପାକିସ୍ତାନ ଉତ୍ତେଜନାବେଳେ ଆମେରିକା ସହ ଆଲୋଚନା ହୋଇଛି ।

ସେ ସମୟରେ ବାଣିଜ୍ୟିକ ଆଲୋଚନା ହୋଇନାହିଁ । ପରମାଣୁ ଧମକ ଆଦୌ ସହିବନି ଭାରତ ।