fbpx

ସୀମା ଟପିଲା ଡାକ୍ତରଙ୍କ ଅବହେଳା; ମହିଳାଙ୍କ ମେରୁଦଣ୍ଡରୁ ବାହାରିଲା ଛୁଞ୍ଚି, ଏବେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ଜରିମାନା

ବେଙ୍ଗାଲୁରୁ: ଅନେକ ସମୟରେ ସର୍ଜରୀ ସମୟରେ ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିଥାଏ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିବେଚିତ କରାଯାଇଛି । ସେମାନେ ନିଜ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନକୁ ବିପଦରେ ଠେଲି ଦେଇଥାନ୍ତି । ନିକଟରେ ବେଙ୍ଗାଲୁରୁରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକ କନଜ୍ୟୁମର ଫୋରମ୍ ଉକ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କ ଉପରେ ଜରିମାନା ଲଗାଇଛନ୍ତି ।

ସୂଚନାରୁ ପ୍ରକାଶ ୨୦୦୪ରେ ଜଣେ ମହିଳା ଏକ ଘରୋଇ ହସ୍ପିଟାଲରେ ନିଜ ମେରୁଦଣ୍ଡ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଆବହେଳା ଯୋଗୁଁ ମହିଳାଙ୍କ ମେରୁଦଣ୍ଡରେ ଏକ ଛୁଞ୍ଚି ରହିଯାଇଥିଲା । ଏହା ପରେ ପଦ୍ମାବତୀ ପେଟ ଓ ପିଠିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ଯନ୍ତ୍ରଣାକୁ ସେ ପ୍ରାୟ ୬ ବର୍ଷ ପର୍ଯ୍ୟନ୍ତ ସହ୍ୟ କରିଥିଲେ । ପରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନ୍ୟ ଏକ ହସ୍ପିଟାଲରେ ଅସ୍ତ୍ରୋପଚାର କରାଇଥିଲେ । ଏଠାରେ ତାଙ୍କ ମେରୁଦଣ୍ଡରୁ ସଫଳତାର ସହ ଛୁଞ୍ଚି ବାହାର କରାଯାଇଥିଲା । ପୀଡ଼ିତା ଜଣଙ୍କ ଏହି ମାମଲା ନେଇ କର୍ଣ୍ଣାଟକ କନଜ୍ୟୁମର ଫୋରମ ପହଂଚିଥିଲେ । ମାମଲାର ସମ୍ବେଦନଶୀଳତାକୁ ଗୁରୁତ୍ୱ କରି କନଜ୍ୟୁମର ଫୋରମ ମହିଳାଙ୍କ ଅସ୍ତ୍ରୋପଚାରରେ ଅବହେଳା କରିଥିବା ଉକ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କ ଉପରେ ଅଇନ ଗତ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।

 

Get real time updates directly on you device, subscribe now.