fbpx

ଓଡିଆରେ ପଢା ହେବ ଡାକ୍ତରୀ ପାଠ, ଅସ୍ମିତା ପାଇଁ ସରକାର ସ୍ୱୀକାର କରିବେ ଆହ୍ୱାନ!

Advertisement

ଓଡିଶା ଭାସ୍କର: ଓଡିଆ ଭାଷାର ଅସ୍ମିତାର କଥା କହି ବିଜୟୀ ହୋଇଥିବା ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଗୁଗୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚାଲିଛନ୍ତି । ରାଜ୍ୟ ସରକାର ମେଡିକାଲ ଭଳି ଗୁରୁତ୍ୱପୂର୍ଣ୍ଣ ପାଠ୍ୟକ୍ରମ ମଧ୍ୟ ଓଡିଆରେ ପଢାଇବାକୁ ନେଇ ଆଜି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ୨୨ ଜଣିଆ ଟିମ ଏଥିପାଇଁ ଗଠନ ହୋଇଛି । ମେଡିକାଲ ପାଠ୍ୟକ୍ରମକୁ ସେମାନେ ୧୫ ଦିନ ଭିତରେ ହିଁ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେବେ । ପରବର୍ତ୍ତୀ ସମୟରେ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ଜଣା ପଡିଛି ।

ମାତ୍ର ଓଡିଆ ଭାଷାରେ ମେଡିକାଲ ପାଠ୍ୟକ୍ରମ କେତେ ଆହ୍ୱାନଭରା ରହିବ ରାଜ୍ୟସରକାରଙ୍କ ପାଇଁ, ତାହା ତ ଭବିଷ୍ୟତ କହିବ । ଏହି ପ୍ରସ୍ତାବ ପରେ ଶିକ୍ଷାବିଦ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.