fbpx

ସ୍ମରଣ ଶକ୍ତି କମି କମି ଯାଉଛି କି ? ଆପଣାନ୍ତୁ ଏହି ୮ଟି ଉପାୟ, ଭୁଲିବେନି କିଛି କଥା

Advertisement

ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ । ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ ।ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ ।

ସକାଳୁ ଏପରି ଉଠିବା:
ଶୋଇବା ଯେପରି ମୁଖ୍ୟଭୂମିକା ଶରୀର ପାଇଁ ସକାଳୁ ସେମିତି ଉଚିତ ସମୟରେ ଉଠିବା ମହତ୍ୱପୂର୍ଣ୍ଣ ଅଟେ । ଆପଣ ଯଦି ପାଞ୍ଚ ଘଣ୍ଟାରୁ କମ ଶୋଉଚନ୍ତି ତାହାଲେ ଆମେ ମାନସିକ ଭାବେ କୌଣସି କାମ ପାଇଁ ପ୍ରସ୍ତୁତ ନଥାଉ । ଯାହାଫଳରେ ଆମେ ଉଠିବାକୁ ଇଛାକରିନଥାଉ । ଏହି ପରିସ୍ଥିତି ୧୦ ଘଣ୍ଟାରୁ ଅଧିକ ଶୋଇଲେ ମଧ୍ୟ ହୋଇଥାଏ । ତେଣୁ ଆପଣ କିପରି ଶୋଉଚନ୍ତି କେତେ ସମୟ ଶୋଉଚନ୍ତି ତା ମହତ୍ୱପୂର୍ଣ୍ଣ ଅଟେ । ସବୁଠୁ ଭଲ ପୁରା ଘନ ଅନ୍ଧାର ରେ ଶୋଇବା ଓ ସୂର୍ଯ୍ୟଙ୍କ କିରଣ ସିଧା ପଡୁଥିବା ବେଳେ ଉଠିବା ଲାଭଦାୟକ ହୋଇଥାଏ । ଏହି କିରଣ ଯେବେ ଶରୀର ଉପରେ ପଡେ ତାହା ସିଧା ଆମ ମତିଷ୍କ ଖୁବଭଲ ରେସପନ୍ସ କରେ । ଯଦି ଘରକୁ ସିଧା ସୂର୍ଯ୍ୟଙ୍କ କିରଣ ଆସୁନି ତାହାଲେ ବଜାରରୁ ଏମିତି ଆଲାର୍ମ କିଣନ୍ତୁ ଯେଉଁଥିରୁ ଆଲାର୍ମ ବେଳେ ଲାଇଟ ବାହାରୁଥିବ । ତା ମଧ୍ୟ ବେଶ ପ୍ରଭାବକାରୀ ।

ବ୍ୟାୟାମ:
ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ ନୂଆନୂଆ କୋଶିକା ଗଠନ ହୋଇଥାଏ । ସମସ୍ତ ଶରୀରକୁ ପ୍ରଭାବିତ କରୁଥିବାଭଳି ବ୍ୟାୟାମ କରିବା ଉଚିତ । ଯାହାଦ୍ୱାରା ମସ୍ତିଷ୍କକୁ ମଧ୍ୟ ଶକ୍ତି ଯୋଗାଇଥାଏ । ବ୍ୟାୟାମ କରୁଥିବା ସମୟରେ ଶୁଦ୍ଧ ଅମ୍ଳଜାନ ନେବା ସହ ଖୋଲାସ୍ଥାନରେ ଭିଟାମିନ ଡି ମଧ୍ୟ ଶରୀରକୁ ମିଳେ । ଏହା ଆମ ମନେରଖିବା ଶକ୍ତିକୁ ଅଧିକ ଜାଗ୍ରତ କରାଏ ।

ଚଲାବୁଲା ସମୟରେ ମନେରଖନ୍ତୁ :
ଯଦି ଚଲାବୁଲା ସମୟରେ କିଛି କରୁଛନ୍ତି ତାହାଲେ ତାର ମନେରଖିବା ଶକ୍ତି ଟିକେ ଅଧିକା ହୋଇଥାଏ । କୌଣସି ମିଟିଂ ପାଇଁ ହେଉ ଅବା ପ୍ରେଜେଣ୍ଟଟେସନ ଦେବାକୁ ହେଉ ଯଦି ଚଲା ବୁଲା ସମୟରେ ନୋଟ ପଢ଼ାଯାଏ ତାହାଲେ ତାର ମନେରଖିବା ଶକ୍ତି ଟିକେ ଅଧିକା ହୋଇଥାଏ । ଏହି ଟେକନିକ ଅଭିନେତା ଅଭିନେତ୍ରୀ ମାନେ କରିଥାନ୍ତି । ଯାହାର ପ୍ରଭାବ ସିଧା ଫଳପ୍ରଦ ହୋଇଥାଏ ।

ସନ୍ତୁଳିତ ଖାଦ୍ୟପାନୀୟ:
ଖାଦ୍ୟପାନୀୟ ପାନୀୟରେ ଅନିୟମିତତା ବା ଅସନ୍ତୁଳିତ ଖାଦ୍ୟର ପ୍ରଭାଵ ସିଧା ଶରୀର ଉପରେ ପଡିଥାଏ । ବିଶେଷକରି ମଣିଷ ଯାହାବି ଖାଦ୍ୟର ସାରାଂଶ ରୁ ଶର୍କରା ଓ ଶକ୍ତି ପାଏ ତାର ୨୦ ପ୍ରତିଶତ ମସ୍ତିଷ୍କକୁ ଯାଏ । ତେଣୁ ଏହି କାରଣରୁ ମଣିଷର ଚାଲିଚଳନ ବା କାର୍ଯ୍ୟକରିବାର ଦକ୍ଷତା ତାର ଗ୍ଲୁକୋଜ ସ୍ଥର ଉପରେ ନିର୍ଭର କରିଥାଏ । ଯଦି ନିଜର ସୁଗାର ନିୟନ୍ତ୍ରଣ ରେ ନାହିଁ ତାହାଲେ ମଣିଷର ମସ୍ତିଷ୍କ ଭୁଲ ଭଟକା କରିଥାଏ । ସେଇ ଖାଦ୍ୟ ସବୁ ମତିଷ୍କ ପାଇଁ ଭଲହୋଇଥାଏ ଯେଉଁଥିରୁ ଡୋପାମାଇନ କେମିକାଲ ବାହାରିଥାଏ । ମନେରଖିବା ଉଚିତ ଯେ ଆମ ଆମ ମସ୍ତିଷ୍କରେ ଥିବା କୋଶିକା ଗୁଡିକ ଫ୍ୟାଟରେ ତିଆରି । ଏଥିପାଇଁ ବାଦାମ, ଗଜା ଜାତୀୟ, ନାଶପାତି ଓ ମାଛଜାତୀୟ ଖାଦ୍ୟ ମତିଷ୍କ ପାଇଁ ଲାଭଦାୟକ ।

ସବୁବେଳେ ଖୁସିରେ ରହିବା:
ମଣିଷ ଯେତେ ଖୁସିରେ ରହିବ ସେତେ ମାନସିକ ଭାବେ ସୁସ୍ଥ ରହିବ । ସବୁ ବେଳେ ମନଦୁଃଖରେ ରହିବା ଭଲନୁହେଁ । କୌଣସି କଥାରେ ବିବ୍ରତ ନହୋଇ କିପରି ସରଳ ସମାଧାନ ହୋଇପାରିବ ସେ କଥା ବାଖ୍ୟା କରନ୍ତୁ । ବିପଦ ବେଳେ ମତିଷ୍କ ବେସିକାମ କରିଥାଏ । ବେସି ଚିନ୍ତା କରିବା ବି ଶରୀର ପାଇଁ ଠିକ ନୁହେଁ | ତେଣୁ ଖୁସିରେ ଖୁସିରେ ସବୁ କଥା ସରଳ ଭାବେ ସମାଧାନ କରନ୍ତୁ ।

ଗୀତ ଶୁଣିବା:
ଫୁରସତ ସମୟରେ ହାଲ୍କା ଗୀତ ସବୁଶୁଣିପାରିବେ । ଏହା ମତିଷ୍କକୁ ବ୍ୟାୟାମ ପରିହୋଇଠଥାଏ । ସେତିପାଇଁ ବିଶେଷଜ୍ଞ ମାନେ ଗୀତ ଶୁଣିବା ପାଇଁ ପରାମର୍ଷ ଦେଇଥାନ୍ତି । ଯାହା ଚିକତ୍ସା ବିଜ୍ଞାନ ରେ ମ୍ୟୁଜିକ ଥେରାପି ନାମରେ ଜଣାଶୁଣା । ମୁଖ୍ୟତଃ ସକାଳ ଆଉ ରାତ୍ରୀରେ ଏକ ନିଧିଷ୍ଠ ସମୟ ଆଉ ଶାନ୍ତ ପରିବେଶରେ ଗୀତ ଶୁଣିବା ଦରକାର । ଗୀତ ଶୁଣିବା ବା ବାଦ୍ୟ ବାଜିବା ଦେଖିବା ଦ୍ୱାରା ଆମ ଶରୀର ଆକ୍ଟିଭ ରହିଥାଏ । ସ୍ମୃତି ଶକ୍ତି ଏହା ସାହାଯ୍ୟ କରିଥାଏ । ଏହାଦ୍ୱାରା ମତିଷ୍କକୁ ବେଶ ଲାଭଦାୟକ ହୋଇଥାଏ ।

ନୂଆ ନୂଆ ଘଟଣାକୁ ସାମ୍ନା କରିବା:
ମତିଷ୍କକୁ ସୁସ୍ଥ ସବଳ ରଖିବାକୁ ହେଲେ ସବୁବେଳେ ନୂଆନୂଆ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ପଡିବ । ଯେମିତିକି ନୂଆନୂଆ ଭାଷା ଶିଖିବା ବା ନୂଆନୂଆ ଅନ୍ୟକିଛି କଳା ଶିଖିବା ଦ୍ୱାରା ମାନେରହିବା ଶକ୍ତି ବଢିଥାଏ । ଏମିତିକି ନିଜ ପରିବାର ବା ସାଙ୍ଗସାଥିଙ୍କ ସହ ଅନଲାଇନ ଗେମ ମଧ୍ୟ ଖେଳିପାରିବେ ।

କିଛି ପଢ଼ିକି ଶୋଇବା:
ଯଦି ଦିନରେ ହେଉ ବା ରାତିରେ ହେଉ କିଛି କିଛି ପଢ଼ନ୍ତି ସେ ସମୟରେ ଆମ ମତିଷ୍କର କୋଶିକା ସବୁ ନିଜ ନିଜ ଭିତରେ ସମ୍ପର୍କ ସ୍ଥାପିତ ହୁଅନ୍ତି । ପଢିବା ପରେ ଶୋଇପଡିଲେ ଯାହାବି ପଢିବେ ତାହା ମତିଷ୍କରେ ରହିଯାଏ । ଶୋଇବା ହେଉଛି ମୁଖ୍ୟ ଯାହା ଆମ ମନେରଖିବା ଶକ୍ତିକୁ ବଢ଼ାଏ । ଶୋଇବା ପୂର୍ବରୁ ଭୂତ ପ୍ରେତ ବା ଭୟାନକ ସିନ ଥିବା ଫିଲ୍ମ ନଦେଖିବା ଦରକାର କାରଣ ଏହା ଆମ ମତିଷ୍କକୁ ନକରାତ୍ମକ ପ୍ରଭାବ ପକାଇଥାଏ । ସକରାତ୍ମକ ଭାବନା ସହ ଶୋଇବା ଦରକାର ।

Get real time updates directly on you device, subscribe now.