fbpx

ଏହି ଛୋଟିଆ ଭୁଲ କାରଣରୁ ପ୍ରଭାବିତ ହୋଇପାରେ ଆପଣଙ୍କ ସ୍ପର୍ମ କାଉଣ୍ଟ, ପୁରୁଷମାନେ ନିହାତି ଧ୍ୟାନ ଦିଅନ୍ତୁ

Advertisement

ନୂଆଦିଲ୍ଲୀ: ଆମେ ଖାଇବା ଠାରୁ ଆରମ୍ଭ କରି ଶୋଇବା ଓ ବସିବା ପର୍ୟ୍ୟନ୍ତ ସବୁ କିଛି ସଠିକ ଢଙ୍ଗରେ ହେବା ଆବଶ୍ୟକ। ନଚେତ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଜାଣି ନ ପାରି ନିୟମିତ କରୁଥିବା ଛୋଟିଆ ଭୁଲ ପାଇଁ ଆମକୁ ଅନେକ ସମସ୍ୟା ଭୋଗିବାକୁ ପଡିବ। ତେବେ ଅନେକ ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ଗୋଡ ଛନ୍ଦି ବସିବା ଦ୍ୱାରା ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ । ଏହି କାରଣରୁ, ଅନେକ ପ୍ରକାରର ସମସ୍ୟା ହୋଇପାରେ । ଏହା ଦ୍ୱାରା ଶରୀରର ନିମ୍ନ ଭାଗରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢିଥାଏ। ସେହିପରି ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ବଢିପାରେ କାରଣ ଏହି ଉପାୟରେ ବସିବା ଦ୍ୱାରା ରକ୍ତ ଶିରାରେ ଜମା ହେବା ଆରମ୍ଭ କରେ। ଯେଉଁଥିପାଇଁ ହୃଦୟରେ ଚାପ ମଧ୍ୟ ପଡିଥାଏ।

ତେବେ ଏକ ରିପୋର୍ଟ ଅନୁଯାୟୀ, ଗୋଡ ଛନ୍ଦି ବସିବା ଦ୍ୱାରା ଏହା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ପ୍ରଭାବିତ କରିଥାଏ। ପୁରୁଷଙ୍କ ଟେଷ୍ଟିକ୍ଲସ ତାପମାତ୍ରା ଶରୀରର ଅନ୍ୟ ଅଂଶ ତୁଳନାରେ ଦୁଇରୁ ଛଅ ଡିଗ୍ରୀ ସେଲସିୟସ କମ୍ ହେବା ଉଚିତ୍। କିନ୍ତୁ ଏଭଳି ଭୁଲ ଢଙ୍ଗରେ ବସିବା ଦ୍ୱାରା ଟେଷ୍ଟିକ୍ଲସର ତାପମାତ୍ରା ଦୁଇ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ଗରମ ହୁଏ। ଯାହା ଦ୍ୱାରା ଏହା ଶୁକ୍ରାଣୁର ଗୁଣକୁ ମଧ୍ୟ ନଷ୍ଟ କରିଥାଏ। ଏଣୁ ଏସବୁ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ।

ତେବେ କେମିତି ବସିବେ, ମନେ ରଖନ୍ତୁ:-
କାମ କରିବା ସମୟରେ ବେକ ଏବଂ ପିଠିକୁ ବଙ୍କା କରନ୍ତୁ ନାହିଁ ।
ଲାପଟପ୍ ଉଚ୍ଚତା ଏବଂ ଆଖି ସ୍ତର ସମାନ ହେବା ଆବଶ୍ୟକ ।
ମେରୁଦଣ୍ଡକୁ ସିଧା ରଖି ବସନ୍ତୁ ।
ଚେୟାରରେ କାମ କରିବାବେଳେ, ହାତକୁ ଝୁଲାଇ ରଖନ୍ତୁ ।
କୀ ବୋର୍ଡରେ ଟାଇପ୍ କରିବାବେଳେ, କୋଣକୁ ୯୦ ଡିଗ୍ରୀ କୋଣରେ ରଖନ୍ତୁ ନାହିଁ ।
ଯଦି ଘରୁ କାମ କରୁଛନ୍ତି, ତେବେ ଠିକ ଭାବରେ ବସି ରିଲାକ୍ସ ହେଇ କାମ କରନ୍ତୁ ।

 

Get real time updates directly on you device, subscribe now.